Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଲକ୍‌ଡାଉନ୍‌ ପୂର୍ବରୁ ଭିଡ ଅସମ୍ଭାଳ, ବିବାହ, ଧାର୍ମିକ ଶୋଭାଯାତ୍ରା ସାଙ୍ଗକୁ ରାସ୍ତାଘାଟ ଗହଳି

3/05/2021 at 6:44 PM

ଭଦ୍ରକ ୦୩।୦୫: ଦୁଇ ଦିନ ସଟ୍‌ଡାଉନ୍ ପରେ ଆଗକୁ ଆରମ୍ଭ ହେବାକୁ ଯାଉଛି ଲକ୍‌ଡାଉନ୍। ତା ଉପରେ ପୁଣି ଇଦ୍‌, ବାହାଘର। ଦୋକାନ ବଜାର ବନ୍ଦ ହୋଇଯିବା ପୂର୍ବରୁ ବଜାରରେ ଅସମ୍ଭାଳ ଭିଡ। ସ୍ଥିତି ଏମିତି ଯେ ଆମ୍ବୁଲାନ୍ସ ମଧ୍ୟ ବାଟ ପାଇଲାନି। ଭିଡ ନିୟନ୍ତ୍ରଣ କରିବାକୁ ପୋଲିସକୁ ବି ନାକେଦମ ହେବାକୁ ପଡିଲା। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଭଦ୍ରକ ସହରରେ। ରାତି ପାହିଲା ବେଳୁ ଅପରାହ୍ନ ପର୍ଯ୍ୟନ୍ତ ବଜାରରେ ନାହିଁ ନଥିବା ଗହଳି।

ଭଦ୍ରକ ସହରରେ ଆଜି ସକାଳୁ ଲାଗି ରହିଛି ଅସମ୍ଭାଳ ଭିଡ଼। ୨ ଦିନ ସଟଡାଉନ ପରେ ଦୋକାନ ବଜାର ଖୋଲିଛି ଓ ଆଗକୁ ଲକଡାଉନ ଲାଗୁ ହେବା ପୂର୍ବରୁ ଆଜି ଭଦ୍ରକ ସହରରେ ନିୟନ୍ତ୍ରଣ ବାହାରେ ଥିଲା ଭିଡ଼ । ମହାମାରୀ କରୋନାର ଭୟାବହତା ଭିତରେ ଆଜି ସମସ୍ତ କଟକଣାକୁ ଫୁ କରି ବଜାର ଭିତରେ ଲୋକଙ୍କ ଭିଡ଼ ଥିଲା ଅସମ୍ଭାଳ ।  ଫଳରେ ସହର ଭିତରେ ଉପୁଜିଥିଲା ଭୟଙ୍କର ଟ୍ରାଫିକ ସମସ୍ୟା। ଏଭଳି ହେଲା ଯେ ରାସ୍ତାରେ  ଶହ ଶହ ଗାଡ଼ି ଭିଡ଼ ଭିତରେ ଅଟକି ରହିଥିଲା ଆମ୍ବୁଲାନ୍ସ। ଏପରିକି ଗୁରୁତର ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସକୁ ବି ମିଳି ନଥଲା ରାସ୍ତା ।

ତେବେ ପରିସ୍ଥିତି ଅସମ୍ଭାଳ ଦେଖି ଶେଷରେ ହାତରେ ଲାଠି ଧରି ରାସ୍ତାକୁ ଓହ୍ଲାଇଥିଲା ପୋଲିସ। ସହରର ବିଭିନ୍ନ ସ୍ଥାନରେ ପୋଲିସ ସାହାଯ୍ୟରେ ଭିଡ଼କୁ ନିୟନ୍ତ୍ରଣ କରଯାଇଥିଲା। ଖୋଦ ଜିଲ୍ଲାର ଅତିରିକ୍ତ ଏସପି ନିଜେ ରାସ୍ତା ଉପରେ ଛିଡ଼ା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥବା ଦେଖିବାକୁ ମିଳିଥିଲା । କେବଳ ପୋଲିସ ନୁହଁ ସ୍ଥାନୀୟ ଯୁବକମାନେ ମଧ୍ୟ ପୋଲିସ ସହ ସାମିଲ ହୋଇ ଭିଡ଼କୁ ନିୟନ୍ତ୍ରଣ କରୁଥଲେ। ଭିଡ଼ ଦେଖି ଯେପରି ଲାଗୁଥିଲା ଯେମିତି ଭଦ୍ରକରେ କୌଣସି କଟକଣା ଜାରି ହୋଇନାହିଁ ।

ପୋଲିସ ସିନା ଭିଡ ନିୟନ୍ତ୍ରଣ କରିବା ପାଇଁ ଯାଇ ନାକେଦମ ହୋଇଛି କିନ୍ତୁ ଏନଫୋର୍ସମେଣ୍ଟ ଟିମ ଗହଳି ଥିବା ଦୋକାନ ଉପରେ ଫାଇନ ଲଗାଇଛନ୍ତି ।  ଅନ୍ୟପଟେ ଭିଡ ଏମିତି ପରିସ୍ଥିତି ହୋଇଛି ଯେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଏସପିଙ୍କ ସହ ଜଣେ ଡିଏସପି , ୪ ଜଣ ଅଫିସର ଓ ଗୋଟିଏ ପ୍ଲାଟୁନ ଫୋର୍ସ ସହରରେ ମୃତୟନ ହୋଇଛନ୍ତି । ତେବେ ପୋଲିସ ଅଯଥା ଭିଡ ନକରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।

   Related Posts