Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ପୁଣି ପୂରା କାଶ୍ମୀର ଉପତ୍ୟକା ଅଶାନ୍ତ

ଶ୍ରୀନଗର୧୪|୫: ପୁଣି ଅଶାନ୍ତ ହେଲା କାଶ୍ମୀର । ବନ୍ଦିପୁରା ଜିଲ୍ଲାର ସୁମ୍ବାଲ ଅଞ୍ଚଳରେ ଜଣେ ୩ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ପୁଣି ପୂରା ଉପତ୍ୟାକା ଅଶାନ୍ତ ହୋଇପଡ଼ିଛି । ସ୍କୁଲ, କଲେଜ୍‌, ଗାଡି ଚଳାଚଳ ବନ୍ଦ । ବାଣିଜ୍ୟିକ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଛି । ଯୁବକ ମାନେ ପୂର୍ବପରି ରାଜରାସ୍ତାରେ ବିକ୍ଷୋଭ ସହ ପଥର ମାଡ କରିଛନ୍ତି ।

କିଛି ଦିନର ନିରବତା ପରେ ପୁଣି ଅଶାନ୍ତ କାଶ୍ମୀର । ପୁଣି ରାସ୍ତାକୁ ଓହ୍ଲାଇଲେ ପଥରବାଜ। ପୁଣି ପୋଲିସ ଓ ସେନାକୁ ଘେରି ପଥର ବୃଷ୍ଟି କରିଛନ୍ତି। ବନ୍ଦିପୁରା ଜିଲ୍ଲାର ସୁମ୍ବଲ ଅଞ୍ଚଳରେ ଜଣେ ୩ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣା ପରେ ପୁରା କାଶ୍ମୀରରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ଯୁବଗୋଷ୍ଠୀ  ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ, ପୋଡାଜଳା ସହ ,ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ  ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଛି । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗିରଫ ଯୁବକ ନିଜକୁ ଜଣେ ନାବାଳକ ବୋଲି  ସ୍କୁଲ ସାର୍ଟିଫିକେଟ୍‌ରେ ଦର୍ଶାଇବା ପରେ ଅସନ୍ତୋଷ ଆହୁରି ଉଗ୍ର ହେଉଛି । ଦୁଷ୍କର୍ମକାରୀଙ୍କୁ କଠୋର ରୁ କଠୋର ଦଣ୍ଡ ଦାବି କରିଛନ୍ତି କାଶ୍ମୀର ବାସୀ । ଇତାହୁଦଲ ମୁସଲମିନ୍ ନାମଙ୍କ ଏକ ଧର୍ମୀୟ ସଂଗଠନ ପୁରା କାଶ୍ମୀରେ ବନ୍ଦ ଡାକରା ଦେଇଛି ।

ସେପଟେ କାଶ୍ମୀରର ଆଉ ଏକ ହୃଦୟସ୍ପର୍ଶୀ ଭିଜୁଆଲ ଭାଇରାଲ ହୋଇଛି । ଗୋଟିଏ ପଟେ କାଶ୍ମୀରର ଯୁବକ ଯବାନଙ୍କ ଉପରେ ପଥର ମାଡ଼ କରୁଛନ୍ତି। ସେତିକିବେଳେ ଜଣେ ଯବାନଙ୍କ ମାନବିକତାକୁ ଖୁବ ପ୍ରଶଂସା କରାଯାଇଛି।  ଜଣେ ପକ୍ଷାଘାତ କାଶ୍ମୀର ଶିଶୁକୁ ସିଆରପିଏଏଫ ଯବାନ ଇକବାଲ ସିଂହ ସ୍ନେହରେ ଖୁଆଉଛନ୍ତି।

ନିଜ ଟିଫିନରୁ ଗୁଣ୍ଡାପରେ ଗୁଣ୍ଡା ତାକୁ ଖୁଆଇ ଦେଉଛନ୍ତି। ମୁହଁ ପୋଛି ଦେଉଛନ୍ତି।  ଯବାନ ମାନଙ୍କୁ ବାରମ୍ବାର ପଥର ମାଡ ହେଉଛି ସତ କିନ୍ତୁ ଯବାନମାନେ କେବେବି ସେମାନଙ୍କ ନିୟନ୍ତ୍ରଣ ହରାଇନାହାନ୍ତି ।

83 Views

   ସମ୍ବନ୍ଧିତ ଖବର