Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସୁନା ଓ ରୁପା ଦରରେ ଅହେତୁକ ହ୍ରାସ : ୪୫ ହଜାର ଟଙ୍କା ତଳକୁ ଖସିଲା ସୁନା, ଜାଣନ୍ତୁ କେତେ ରହିଛି ଆଜିର ଦାମ୍‌

2/03/2021 at 5:36 PM

ନୂଆଦିଲ୍ଲୀ ୦୨/୦୩ : ଭାରତୀୟ ବଜାରରେ ମଙ୍ଗଳବାର ସୁନା ଏବଂ ରୁପା ଦର ବ୍ୟାପକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୬୭୯ ଟଙ୍କା ହ୍ରାସ ପାଇ ୪୪,୭୬୦ ଟଙ୍କାକୁ ଖସିଆସିଛି । ସେହିଭଳି ରୁପାର ଦାମ ମଧ୍ୟ ହ୍ରାସ ପାଇଛି । କିଲୋ ପିଛା ୧୮୪୭ ଟଙ୍କା ହ୍ରାସ ପାଇଛି ରୁପା । ଏହା ସହିତ ରାଜଧାନୀ ଦିଲ୍ଲୀରେ ରୁପାର ଦାମ ରହିଛି ୬୭,୦୭୩ ଟଙ୍କା ।  

ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପିଛା ୪୫,୪୩୯ ଟଙ୍କା ରହିଥିଲା । ସେହିପରି ରୁପାର ଦାମ କିଲୋ ପିଛା ୬୮,୯୨୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଏବଂ ରୁପାର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ସେହିପରି ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପିଛା ୪୫,୯୩୦ ଟଙ୍କା ରହିଛି । ସୋବାର ଦିନ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୯୭୦ ଟଙ୍କା ରହିଥିଲା । ଅର୍ଥାତ୍ ରବିବାର ତୁଳନାରେ ସୋମବାର ସୁନାର ଦାମ ୧୦୪୦ ଟଙ୍କା ଟଙ୍କା ହ୍ରାସ ପାଇଛି । ଘରୋଇ ବଜାରରେ ରୁପାର ଦାମ ହ୍ରାସ ପାଇବା ସଙ୍ଗେ ସଙ୍ଗେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁନାର ଦାମ ହ୍ରାସ । ମଙ୍ଗଳବାର ଭୁବନେଶ୍ବରରେ ରୁପାର ଦାମ କିଲୋ ପିଛା ୭୨,୦୦ ଟଙ୍କାକୁ ଖସି ଆସିଛି । ସୋମବର ତୁଳନାରେ ମଙ୍ଗଳବାର ରୁପାର ଦାମ କିଲୋ ପିଛା ୧୩୦୦ ଟଙ୍କା ହ୍ରାସ ପାଇଛି ।

ଗତ ୮ ମାସ ମଧ୍ୟରେ ଦେଶରେ ସୁନା ଏବଂ ରୁପାର ଦାମ ନ୍ୟୁନତମ ସ୍ତରରେ ପହଞ୍ଚିଛି । ଯାହା ଫଳରେ ସୁନା ଏବଂ ରୁପା କ୍ରୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବକାରୀ ଶୁଳ୍କ କମାଯିବା ଫଳରେ ଦେଶରେ ସୁନା ଓୁ ରୁପା ଦାମ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମାର୍କେଟ୍‌ରେ ସୁନା ଏବଂ ରୁପାର ଦାମ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେଣୁ ଯଦି ଦାମ ବୃଦ୍ଧି ପାଏ ତେବେ ନିବେଶ ମଧ୍ୟ ବୃଦ୍ଧି ପାଇପାରେ ।  

ବିଶେଷଜ୍ଞମାନଙ୍କ କହିବା କଥା ଯେ, ବର୍ଷ ୨୦୨୧ର ଆଗାମୀ ଦିନରେ ସୁନା ଏବଂ ରୁପାର ଦାମ ଅହେତୁକ ବୃଦ୍ଧି ପାଇବ । ଅର୍ଥାତ୍‌ ଆଗାମୀ ଦିନରେ ସୁନାର ଦାମ ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ପାର କରିପାରେ ।

   Related Posts