ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଆଗ୍ରା ଏକ୍ସପ୍ରେସ୍ ରାସ୍ତାରେ ଓଲଟିଲା ଭଲଭୋ ବସ୍ , ୬ ମୃତ ୧୨ ଆହତ

Published By : Prameya-News7 Bureau | February 21, 2019 IST

ଉନ୍ନାବ ୨୧/୨: ଆଗ୍ରା-ଲଖନଉ ଏକ୍ସପ୍ରେସ୍ ରାସ୍ତାରେ ଗୁରୁବାର ତଡ଼ଖଷ ଅଜିଗଓ୍ବା ଗାଁ ପାଖରେ ପାଇପରେ ଲଦା ହୋଇ ଦ୍ରୃତ ଗତିରେ ଯାଉଥିବା ଡିସିଏମ୍ ଓଲଟି ପଡ଼ିଛି। ଏହା ପରେ ପଛରୁ ଆସୁଥିବା ଭୋଲଭୋ ବସ୍ ମଧ୍ୟ ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କୁ ଲଖନଉର ଟ୍ରମା ସେଣ୍ଟରକୁ ନିଆଯାଉଥିଲା। ପୋଲିସ୍ ହାଇଓ୍ବେରୁ ଡିସିଏମ୍ ଏବଂ ବସ୍ ହଟାଇ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା।

ପୋଲିସଙ୍କ କହିବା ଅନୁସାରେ ଅଜିଗଓ୍ବା ଗାଁ ପାଖରେ ପାଇପ୍ ଲଦା ହୋଇଥିବା ଡିସିଏମ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ଓଲଟିପଡ଼ିଛି। ପଛରୁ ଦିଲ୍ଲୀରୁ ବିହାର ଯାଉଥିବା ଭୋଲଭୋ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସଙ୍କୁ ସୂଚନା ଦେଇଥିଲେ। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ମହିଳା,୩ଜଣ ଛୁଆ,ଜଣେ ପୁରୁଷ। ପୋଲିସ୍ ମୃତ ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.