Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆଖି ବୁଜିଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା

7/12/2019 at 2:31 AM

ନୂଆଦିଲ୍ଲୀ ୦୭।୧୨ – ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୀଡିତାଙ୍କୁ ବିମାନ ଯୋଗେ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା ।

ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ତାଙ୍କୁ ଛୁରି ଭୁଷିବା ପରେ ପେଟ୍ରୋଲ ଢାଳି ପୋଡି ହତ୍ୟା ଉଦ୍ୟମ କରିଥିଲେ ।

ଉନ୍ନାଓର ଏହି ଘଟଣା କାହାର ବି ଛାତି ଥରାଇ ଦେବ । ପୀଡିତାଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରିବା ପରେ ଛୁରି ଭୂଷି ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ ।

ପୀଡିତାଙ୍କୁ ରାଏ ବରେଲିରେ ଦୁଇ ଅଭିଯୁକ୍ତ ଗୋଟିଏ ଘରେ ଯୌନ ଦାସୀ ଭାବେ ରଖିଥିଲେ। ତାଙ୍କୁ ଏକ ଅନ୍ଧାର କୋଠରୀ ମଧ୍ୟରେ ରଖାଯାଉଥିଲା। ଝରକା ବାଟେ ବାହାରକୁ ବି ଦେଖି ପାରୁ ନଥିଲେ । ଏପରି କଲେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ହିନ୍ଦୁସ୍ତାନ ଟାଇମସ୍‌ରେ ଖବର ପ୍ରକାଶିତ ହୋଇଛି । ଏହା ଭିଡଓ ଉତ୍ତୋଳନ କରୁଥିଲେ ଅଭିଯୁକ୍ତ ପୁଲିସ ଆଗରେ ଅଭିଯୋଗ କଲେ ଅନ୍‌ଲାଇନ୍‌ ଭିଡିଓ ଭାଇରାଲ୍‌ କରିବେ ବୋଲି ଧମକ ଦେଉଥିଲେ ।

ମାତ୍ର ସମସ୍ତ ଧମକ ସତ୍ତ୍ୱେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ପୁଲିସ ଅଭିଯୋଗ ରଖି ନଥିଲା । ମାର୍ଚ୍ଚ ୫ ତାରିଖରେ ତାଙ୍କର ଅଭିଯୋଗକୁ ପୁଲିସ ରଖିଥିଲା । ଅଭିଯୁକ୍ତ ଶିବମ ତ୍ରିବେଦୀ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲା । ପରେ ତାହାର ସମ୍ପର୍କୀୟ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କୁ ଯୌନଦାସୀ ଭାବେ ରଖି ବାରମ୍ବାର ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କଥା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ସେ ଜାମିନରେ ଆସି ପୁଣି ହତ୍ୟା ଉଦ୍ୟମ କଲା । ଏକ ବିଭତ୍ସ ହତ୍ୟା ଉଦ୍ୟମ । ପ୍ରଥମେ ଛୁରି ଭୁଷି ଓ ପରେ ନିଆଁ ଜାଳି ହତ୍ୟା ଉଦ୍ୟମ କରିଥିଲା ।

ପୀଡିତା ରାଏ ବରେଲି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୁଲିସ ସେଠାରୁ ତାଙ୍କୁ ତଡି ଦେଇଥିଲା । ପରେ କୋର୍ଟଙ୍କ ଆଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା ।
ଶେଷରେ ଉନ୍ନାଓ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

   Related Posts