Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କଡ଼ା ସୁରକ୍ଷା ମଧ୍ୟରେ ନିଜ ଗାଁରେ ଭୂମି ସମାଧି ନେଲେ ଉନ୍ନାଓ ପୀଡ଼ିତା

8/12/2019 at 9:50 PM

ଉନ୍ନାଓ ୦୮।୧୨ – ବହୁ ବୁଝାସୁଝା ଏବଂ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଶେଷରେ ଉନ୍ନାଓ ପୀଡ଼ିତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରିବାକୁ ରାଜି ହେଲେ ପରିବାର ଲୋକେ । ଯେପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘରକୁ ଆସିନାହାଁନ୍ତି, ଏବଂ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ସଂସ୍କାର କରିବାକୁ ପରିବାର ଲୋକେ ମନା କରିଦେଇଥିଲେ । ତେବେ ପ୍ରଶାସନଠାରୁ ପ୍ରତିଶ୍ରୁତି ପାଇବା ପରେ କଡ଼ା ସୁରକ୍ଷା ମଧ୍ୟରେ ପୀଡ଼ିତାଙ୍କୁ ଭୂମି ସମାଧି ଦିଆଯାଇଛି ।…

ଶେଷରେ କଡ଼ା ସୁରକ୍ଷା ମଧ୍ୟରେ ନିଜ ଗାଁରେ ଭୂମି ସମାଧି ନେଲେ ଉନ୍ନାଓ ପୀଡ଼ିତା । ଶୋକାକୂଳ ପରିବେଶ ମଧ୍ୟରେ ମାଟିରେ ମିଶିଲା ପୀଡ଼ିତାଙ୍କ ମର ଶରୀର ।… ଗତକାଲି ସଂଧ୍ୟାରେ ଦିଲ୍ଲୀରୁ ଆସି ମୃତଦେହ ପଡ଼ିରହିଥିଲା । ମୃତ୍ୟୁର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଉନ୍ନାଓ ପୀଡ଼ିତାଙ୍କ ଶେଷ କୃତ୍ୟ ହୋଇପାରିନଥିଲା । ଯେପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘରକୁ ଆସିନାହାନ୍ତି ସେପର୍ଯ୍ୟନ୍ତ ଶେଷକୃତ୍ୟ କରିବୁ ନାହିଁ ବୋଲି ପୀଡ଼ିତାଙ୍କ ଭଉଣୀ ଅଡ଼ିବସିଥିଲେ। ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବା ସହ ପରିବାରର ଜଣଙ୍କୁ ସରକାରୀ ଦେବା ଲାଗି ଦାବି କରିଥିଲେ। ଅପରାଧୀଙ୍କୁ ଦଣ୍ଡ କେମିତି ଦିଆଯିବ ସେନେଇ ସେମାନେ କୋର୍ଟକୁ ଦୌଡ଼ିପାରିବେ ନାହିଁବୋଲି କହିଥିଲେ।…

ତେବେ ପ୍ରଶାସନ ପକ୍ଷରୁ ବହୁ ବୁଝାସୁଝା କରିବା ସହ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏହାସହ ପୀଡ଼ିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରୀ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର, ପୀଡ଼ିତାଙ୍କ ଭାଇକୁ ହତିଆର ଲାଇସେନ୍ସ, ପରିବାରର ସମସ୍ତ ସଦସ୍ୟଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

ଗୁରୁବାର ୨୩ ବର୍ଷିୟା ପୀଡ଼ିତା ଯେତେବେଳେ ତାଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମଲାର ବିଚାର ପାଇଁ କୋର୍ଟକୁ ଯାଉଥିଲେ ସେତେବେଳେ ତାଙ୍କୁ ୫ ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଦିଲ୍ଲୀ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା।

ତେବେ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବାରୁ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଃଖ ଓ କ୍ଷୋଭରେ ପୀଡ଼ିତାଙ୍କ ବାପା କହିଥିଲେ ଯେ ଯେଉଁ ଝିଅ ନିଆଁରେ ଜଳିଯାଇଛି ତାକୁ ଆଉ ସେ ଅଗ୍ନି ସଂସ୍କାର କରିବେ ନାହିଁ ବରଂ ଭୂମି ସମାଧି ଦେବେ। ଶେଷରେ ଆଜି ମଧ୍ୟାହ୍ନରେ ଉନ୍ନାଓ ପୀଡ଼ିତାଙ୍କୁ ଭୂମି ସମାଧି ହିଁ ଦିଆଗଲା ।…

   Related Posts