Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ପ୍ରେମ ଓ ବିବାହ ପ୍ରତିଶ୍ରୁତି ପରେ ଯୌନଦାସୀ ଭାବେ ରଖିଥିଲେ ଉନ୍ନାଓ ପୀଡିତାଙ୍କୁ – ଝରକା ବାଟେ ଦେଖିଲେ ବି କରୁଥିଲେ ଦୁଷ୍କର୍ମ, ଜେଲ୍‌ରୁ ଫେରି କଲେ ହତ୍ୟା ଉଦ୍ୟମ

6/12/2019 at 7:25 PM

ନୂଆଦିଲ୍ଲୀ ୦୬।୧୨ – ଉନ୍ନାଓର ଏହି ଘଟଣା କାହାର ବି ଛାତି ଥରାଇ ଦେବ । ପୀଡିତାଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରିବା ପରେ ଛୁରି ଭୂଷି ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ । ପୀଡିତା ଏବେ ଜୀବନ ମରଣ ଅବସ୍ଥାରେ । ଦିଲ୍ଲୀରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ସମସ୍ତ ଆଶା ଛାଡି ଦେଇଛନ୍ତି । ପୀଡିତାଙ୍କ ଶରୀର ୯୦ ପ୍ରତିଶତ ପୋଡିଯାଇଛି । ଏବେ ଭେଣ୍ଟିଲେଟରରେ ପୀଡିତାଙ୍କୁ ରଖାଯାଇଛି ।

ପୀଡିତାଙ୍କୁ ରାଏ ବରେଲିରେ ଦୁଇ ଅଭିଯୁକ୍ତ ଗୋଟିଏ ଘରେ ଯୌନ ଦାସୀ ଭାବେ ରଖିଥିଲେ। ତାଙ୍କୁ ଏକ ଅନ୍ଧାର କୋଠରୀ ମଧ୍ୟରେ ରଖାଯାଉଥିଲା। ଝରକା ବାଟେ ବାହାରକୁ ବି ଦେଖି ପାରୁ ନଥିଲେ । ଏପରି କଲେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଥିବା ହିନ୍ଦୁସ୍ତାନ ଟାଇମସ୍‌ରେ ଖବର ପ୍ରକାଶିତ ହୋଇଛି । ଏହା ଭିଡଓ ଉତ୍ତୋଳନ କରୁଥିଲେ ଅଭିଯୁକ୍ତ ପୁଲିସ ଆଗରେ ଅଭିଯୋଗ କଲେ ଅନ୍‌ଲାଇନ୍‌ ଭିଡିଓ ଭାଇରାଲ୍‌ କରିବେ ବୋଲି ଧମକ ଦେଉଥିଲେ ।

ମାତ୍ର ସମସ୍ତ ଧମକ ସତ୍ତ୍ୱେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ପୁଲିସ ଅଭିଯୋଗ ରଖି ନଥିଲା । ମାର୍ଚ୍ଚ ୫ ତାରିଖରେ ତାଙ୍କର ଅଭିଯୋଗକୁ ପୁଲିସ ରଖିଥିଲା । ଅଭିଯୁକ୍ତ ଶିବମ ତ୍ରିବେଦୀ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲା । ପରେ ତାହାର ସମ୍ପର୍କୀୟ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କୁ ଯୌନଦାସୀ ଭାବେ ରଖି ବାରମ୍ବାର ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କଥା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ସେ ଜାମିନରେ ଆସି ପୁଣି ହତ୍ୟା ଉଦ୍ୟମ କଲା । ଏକ ବିଭତ୍ସ ହତ୍ୟା ଉଦ୍ୟମ । ପ୍ରଥମେ ଛୁରି ଭୁଷି ଓ ପରେ ନିଆଁ ଜାଳି ହତ୍ୟା ଉଦ୍ୟମ କରିଥିଲା ।

ପୀଡିତା ରାଏ ବରେଲି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୁଲିସ ସେଠାରୁ ତାଙ୍କୁ ତଡି ଦେଇଥିଲା । ପରେ କୋର୍ଟଙ୍କ ଆଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା ।

   Related Posts