ଉନ୍ନାଓ ଦୁଷ୍କର୍ମ ଘଟଣା : ସଡ଼କ ଦୁର୍ଘଟଣା ଯାଞ୍ଚବେଳେ ହେଲା ପର୍ଦ୍ଦାଫାଶ , ଆଜି ଫାଷ୍ଟଟ୍ରାକ୍ କୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | August 01, 2019 IST

 ନୂଆଦିଲ୍ଲୀ ୧/୮: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସହ ହୋଇଥିବା ଦୁର୍ଘଟଣାର ଏକ ନୂଆ ଖୁଲାସା ହୋଇଛି। ପୋଲିସ୍ ଯାଞ୍ଚରୁ ଜଣା ପଡ଼ିଛି ଯେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଜଣେ ସମାଜବାଦୀ ପାର୍ଟି ନେତାଙ୍କର। ଏହି ଟ୍ରକଟି ସମାଜବାଦୀ ପାର୍ଟି ନେତା ନନ୍ଦୁ ପାଲଙ୍କ ବଡ଼ଭାଇ ଦେବେନ୍ଦ୍ର ପାଲଙ୍କର। ଏହି ଦୁର୍ଘଟଣା ପରଠୁ ଲଲୈାନି ଅଞ୍ଚଳର ମୁତ୍ତୋର ଗାଁରେ ରହୁଥିବା ଦେବେନ୍ଦ୍ରଙ୍କ ଘରେ ତାଲା ପଡ଼ିଛି। ପୋଲିସ୍ ଦେବେନ୍ଦ୍ରକୁ ଖୋଜିବା ଆରମ୍ଭ କରିଦେଇଛି। ଏହା ପୂର୍ବରୁ ପୋଲିସ୍ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସଡ଼କ ଦୁର୍ଘଟଣା ମାମଲାରେ ବିଜେପି ବିଧାୟକ କୁଲଦୀପ ସେନଗାର ଏବଂ ତାଙ୍କ ଭାଇ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତାଙ୍କ ଦାଦା ମାମଲା ରୁଜୁ କରିଛନ୍ତି।

ଏହି ମାମଲାରେ କୁଲଦୀପଙ୍କ ବିରୋଧରେ ରାୟବରେଲିର ଗୁରବକ୍ସ ଥାନାରେ ହତ୍ୟା ମାମଲା ରୁଜୁ କରିଛନ୍ତି। ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଷଡ଼ଯନ୍ତ୍ରର ମାମଲା ର ରୁଜୁ କରାଯାଇଛି। ପୀଡ଼ିତାଙ୍କ ଦାଦା ମାମଲା ରୁଜୁ କରିଛନ୍ତି । ସରକାର ଏହାର ସିବିଆଇ ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି। ଉନ୍ନାଓ ଦୁଷ୍କର୍ମ ମାମଲାର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର ହେବ ବୋଲି ନିର୍ଦେଶ ଦିଆଯାଇଛି। ଦିଲ୍ଲୀର ଫାଷ୍ଟଟ୍ରାକ୍ କୋର୍ଟରେ ଏହି ଘଟଣାର ଶୁଣାଣି ହେବ।   

ଆଇସିୟୁରେ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କ ମାଉସୀ ଏବଂ ଖୁଡ଼ିଙ୍କର ମୃତ୍ୟୁ ହୋଇଥିବାବେଳେ ପୀଡ଼ିତା ଗୁରୁତର ଆହତ ହୋଇଥିଲେ। କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭର୍ସିଟିରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଏବେବି ଲାଇଭ ସପୋର୍ଟ ସିଷ୍ଟମରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.