ପ୍ରମାଣ ନଷ୍ଟ ସନ୍ଦେହ : ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଆକସ୍ମିକ ମୃତ୍ୟୁ

Published By : Prameya-News7 Bureau | January 13, 2020 IST

ଉନ୍ନାଓ ୧୩/୧: ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।

ପୀଡ଼ିତାଙ୍କ ବାପାଙ୍କୁ ମାରପିଟ ପରେ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା। ସେତେବେଳେ ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟ ଏମରଜେନ୍ସିରେ ଥିଲେ ଏବଂ ସେ ପୀଡ଼ିତାଙ୍କ ବାପାଙ୍କୁ ଜେଲ୍ ପଠାଇ ଦେଇଥିଲେ।

ଏହି ମାମଲାରେ ବିବାଦ ହେବା ପରେ ଯେତେବେଳେ ଏହି ଘଟଣାର ସିବିଆଇ ଯାଞ୍ଚ ଆରମ୍ଭ ହୋଇଥିଲା ସେତେବେଳେ ଡାକ୍ତର ପ୍ରଶାନ୍ତ ଉପାଧ୍ୟାୟଙ୍କୁ ନିଲମ୍ବିତ କରି ଦିଆଯାଇଥିଲା। ଦୀର୍ଘ ଦିନ ପରେ ସେ ହସ୍ପିଟାଲକୁ ଫେରିଥିଲେ। ସେ ଫତେହପୁରରେ ନିଯୁକ୍ତ ଥିଲେ।

ଆଜି ଡାକ୍ତର ପ୍ରଶାନ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଆସନ୍ତା କାଲି ଏହି ମାମଲାରେ ତିସ ହଜାରୀ କୋର୍ଟରେ ଶୁଣାଣି ହେବାର ଅଛି। ସୂଚନା ଯୋଗ୍ୟ ପ୍ରଶାନ୍ତ ମଧୁମେହରେ ପୀଡ଼ିତ ଥିଲେ।

ଏହା ପୂର୍ବରୁ ଗତ ସପ୍ତାହରେ ପୂର୍ବତନ ବିଧାୟକ କୁଲଦୀପ ସେଙ୍ଗାରଙ୍କ ବିରୋଧରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଟ୍ରକ୍ ଦୁର୍ଘଟଣାରେ ଗୁରୁତର ଓକିଲ ମହେନ୍ଦ୍ର ସିଂହଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଏମ୍ସ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.