ଲକ୍ଷ୍ମୌ୦୫।୧୨- ଉତ୍ତରପ୍ରଦେଶରେ ପୁଣି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି। ଯାହାକି ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି ବୋଲି କୁହାଯାଇପାରେ। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ଅଭିଯୁକ୍ତ ବେଲରେ ବାହାରିବା ପରେ ପୀଡ଼ିତାଙ୍କୁ ପୋଡ଼ି ମାରିବା ଲାଗି କରିଛି ଉଦ୍ୟମ । ମୂମୁର୍ଷୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୀଡ଼ିତା।
{"id":194340,"sizeSlug":"large"}ଗତ ମାର୍ଚ୍ଚ ମାସରେ ଏହି ୨୩ ବର୍ଷିୟୀ ଯୁବତୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ସେହି ଗାଁର ଦୁଇ ଯୁବକ ଦୁଷ୍କର୍ମ କରିଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ତେବେ କିଛି ଦିନ ଜେଲରେ ରହିବା ପରେ ଗତସପ୍ତାହରେ ଗିରଫ ଯୁବକ ବେଲ୍ ରେ ଆସିଥିଲେ।
ତେବେ ଆଜି ସକାଳେ ଯୁବତୀଙ୍କୁ ୫ ଜଣ ଯୁବକ ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯୁବତୀଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ଗୁରତର ଅବସ୍ଥାରେ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ବିରୋଧୀ ୟୁପିର ବିଜେପି ସରକାରକୁ ଘେରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୋଷୀମାନଙ୍କୁ ଯେତେ ଶୀଘ୍ର ଦଣ୍ଡ ଦିଆଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।