ଉନ୍ନାଓ କାଣ୍ଡ: ତିଶ ହଜାରୀ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟକୁ ଗଲେ ସେଙ୍ଗାର

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫।୧:  ଉନ୍ନାଓ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲାରେ  ଦୋଷୀ ସାବ୍ୟସ୍ତ ଉତ୍ତରପ୍ରଦେଶ ବାଙ୍ଗରମାଉ ବିଧାୟକ କୂଲଦୀପ ସିଂ ସେଙ୍ଗର ତିଶହଜାରୀ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ମାମଲାରେ ଦିଲ୍ଲୀ ତିଶହଜାରୀ କୋର୍ଟ ବିଧାୟକ ସେଙ୍ଗରଙ୍କୁ ଜାବଜ୍ଜୀବନ ଜେଲଦଣ୍ଡାଦେଶ ସହ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

{"id":211709,"width":582,"height":384,"sizeSlug":"large"}

ତିଶହଜାରୀ କୋର୍ଟ ସେଙ୍ଗରଙ୍କୁ ଭାରତୀୟ ଦଣ୍ଡବିଧି ଆଇନିର ଧାରା ୩୭୬(୫)ରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାଙ୍କ ବିରୋଧରେ ପକ୍ସୋ ଆଇନ ମଧ୍ୟ ଲାଗୁ ହୋଇଛି। ଉତ୍ତରପ୍ରଦେଶ ଉନ୍ନାଓର ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦଖଲ ଦେବା ସହ ବିଚାର ପ୍ରକ୍ରିୟାକୁ ଦିଲ୍ଲୀ ତିଶହଜାରୀ କୋର୍ଟକୁ ଉଠାଇ ନେଇଆସିଥିଲେ।

{"id":211710,"sizeSlug":"large"}

ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ବିଧାୟକଙ୍କ ବିରୋଧରେ  ମୋକଦ୍ଦମା ଲାଗି ପୀଡିତାଙ୍କ ପିତାଙ୍କୁ ପ୍ରଶାସନ ସହଯୋଗରେ  ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ ପୀଡିତାଙ୍କ କାକାଙ୍କୁ ଏକ ପୁରୁଣା ମୋକଦ୍ଦମାରେ କୋର୍ଟ ଦ୍ୱାରା ଦଣ୍ଡିତ କରାଯାଇଥିବା ବେଳେ ବିଧାୟକଙ୍କ ଲୋକ ପୀଡିତା, ତାକଙ୍କ ଓକିଲ ଓ ସମ୍ପର୍କୀୟ ଆସୁଥିବା ବାହନକୁ ରାସ୍ତାରେ ଟ୍ରକ୍ ଧକ୍କା କରାଇଥିଲେ। ଏଥିରେ ପୀଡିତାଙ୍କ ସମେକ ଓକିଲ ଗୁରୁତର ଆହତ ହୋଇଥିବା ବେଳେ ମାଉସୀଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.