Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ପ୍ରେମ କରି ବାର ଦୁଆର ଶୁଣ୍ଢିପିଣ୍ଢା ହେଲେ କୁଆଁରୀ ମା’, ୨ମାସ ହେବ ନବଜାତ ଶିଶୁ ଖୋଜୁଛି ବାପାର ପରିଚୟ

5/11/2020 at 10:06 AM

ଝାରସୁଗୁଡା ୫।୧୧: ପ୍ରେମ କରି ଏବେ ନବଜାତ ଶିଶୁକୁ ଧରି ବାର ଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ । ପ୍ରେମ ଜାଲରେ ପଡି ମା’ ହେବା ପରେ ପ୍ରେମିକ ଫେରାର ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଫଳରେ ଯୁବତୀ ଜଣଙ୍କ ନିଜ ଗାଁ ଛାଡି ଭଉଣୀ ଭିଣୋଇଙ୍କ ନିକଟକୁ ପଳାଇ ଆସିଛି ନିଜ ନବଜାତ ଶିଶୁ ସହ ଆଶ୍ରୟ ନେବାକୁ ।

ନବଜାତ ଶିଶୁର ପରିଚୟ ଖୋଜୁଛି ଜନ୍ମକଲା ମା’ । ଆଉ ଶିଶୁଟି ଖୋଜୁଛି ନିଜ ବାପାର ପରିଚୟ । ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅଞ୍ଚଳରେ । ଘରେ ଏକୁଟିଆ ରହୁଥିବା ସୁଯୋଗ ପାଇ ସେହି ଗାଁର ଜଣେ ଯୁବକ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହୋଇଥିଲା । ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଦୁଷ୍କର୍ମ କରିଥିବା ଯୁବକ ଗର୍ଭପାତ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଗତ ଅଗଷ୍ଟ ମାସ ୨୭ ତାରିଖରେ ବୁର୍ଲା ବଡ ଡାକ୍ତରଖାନାରେ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ପୀଡିତା ଯୁବତୀ । ଶିଶୁକନ୍ୟାର ପରିଚୟ ପାଇଁ ମା’ ଗର୍ଭବତୀ କରାଇଥିବା ବାପାକୁ ଖୋଜୁଥିବା ବେଳେ ବାପା ଫେରାର ହୋଇଯାଇଛି । ୨ ମାସରୁ ଅଧିକ ସମୟ ଧରି କନ୍ୟା ସନ୍ତାନକୁ ନିଜ କୋଳରେ ଧରି ବାର ଦୁଆର  ଶୁଣ୍ଢି ପିଣ୍ଢା ହେବା ପରେ ଲଇକେରା ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବତୀ ।

ଲଇକେରା ଥାନା ଅଞ୍ଚକର ଏକ ଗାଁରେ ରହୁଥିବା ଯୁବତୀ ନିଜ ଉପରେ ବିପଦ ରହିଥିବା କାରଣରୁ ଭୟରେ ଥାନାକୁ ଯାଉ ନଥିଲେ । କିନ୍ତୁ ବୁଧବାର ଜିଲ୍ଲା ଦିବ୍ୟାଙ୍ଗ ସଂଘର କିଛି କର୍ମକର୍ତ୍ତା ଲଇକେରାରେ ପହଞ୍ଚି କୁଆଁରୀ ମା’ ହୋଇଥିବା ଦିବ୍ୟାଙ୍ଗ ଯୁବତୀକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଏଭଳି ଏକ ଅଘଟଣ ଘଟାଇଥିବା ଯୁବକକୁ ଗିରଫ କରି ପାରିନାହିଁ । ଫଳରେ ନିଜ ଗାଁରେ ଲଜ୍ଜିତ ହେବା ସହ ପରିବାରରେ ମଧ୍ୟ ହତାଦର କରାଯିବାରୁ ବାଧ୍ୟ ହୋଇ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ଅନ୍ୟ ଉପାୟ ନପାଇ ଗାଁ ଛାଡି ଝାରସୁଗୁଡା ସହର ନିକଟବର୍ତ୍ତି ମାଲିମୁଣ୍ଡା ଗାଁକୁ ପଳାଇ ଆସି ଆଶ୍ରୟ ନେଇଛନ୍ତି ।

ଜଣେ ଦିବ୍ୟାଙ୍ଗ ଯୁବତୀ ନିଜ ଗାଁର ଜଣେ ଯୁବକର ପ୍ରେମ ଜାଲରେ ପଡି କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ । ଯୁବତୀ ଜଣଙ୍କ ଭାବିଥିଲେ ନିଜ ପରିବାରର ଆର୍ଥିକ ଦୁଃସ୍ଥିତି ଯୋଗୁଁ ହୁଏତ ପ୍ରେମ କଲା ପରେ କାହାରି ସହ ଜୀବନ ବିତାଇବାର ସୁଯୋଗ ମିଳିବ । ମାତ୍ର ସେ ଯୁବକ ଜଣଙ୍କ ସହ ପ୍ରେମ ପରେ ଶାରିରୀକ ସଂପର୍କ ସ୍ଥାପନ କରି ମାତୃତ୍ବଲାଭ କଲା ପରେ ଏବେ ଅଡୁଆରେ ପଡିଛନ୍ତି । ଦୁଇ ମାସ ବିତିଯାଇଥିବା ସତ୍ତ୍ବେ ଯୁବତୀଙ୍କ ଏତଲା ଉପରେ କିଛି ଅଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନି । ଏଭଳି ସ୍ଥିତିରେ ସେ ଅନ୍ୟ ଉପାୟ ନପାଇ ନିଜ ଭଉଣୀ ଘରେ ଆଶ୍ରୟ ନେଇଛି ।

ନିଜ ଆଖିରେ ରହିଥିବା ଆଖିଏ ସ୍ବପ୍ନ ଏବେ ଧୂଳିସାତ୍ ହେବାକୁ ବସିଥିବା ବେଳେ ନବଜାତ ଶିଶୁ କନ୍ୟାର କିପରି ଥଇଥାନ ହେବ ସେହି ଚିନ୍ତାରେ ଦିବ୍ୟାଙ୍ଗ ଯୁବତୀ । ଯୁବତୀ ଜଣଙ୍କ ନିଜେ କିଛି କରିବାକୁ ଅକ୍ଷମ ଥିବାବେଳେ ପ୍ରେମିକ ଘରକୁ ଯାଇ ନପାରିଲେ ମଧ୍ୟ ଜନ୍ମକଲା ଶିଶୁକୁ ପ୍ରେମିକ ହାତରେ ଟେକିଦେବାକୁ ଚିନ୍ତା କରିଥିବା କହିଛି । ଏହି ପ୍ରସଙ୍ଗରେ ଯୁବତୀକୁ ନ୍ୟାୟ ଦେବାକୁ ବାରମ୍ବାର ବିଭିନ୍ନ ଫୋରମ୍ କୁ ଯାଇ ଗୁହାରି କରିଲେ ସୁଦ୍ଧା କିଛି ଫଳ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା ସ୍ବେଚ୍ଛାସେବୀ ।

ଦିବ୍ୟାଙ୍ଗ ଯୁବତୀ ପ୍ରେମ ଜାଲରେ ପଡି ବର୍ତ୍ତମାନ ହଟହଟା ହେଉଥିବା ବେଳେ ତାଙ୍କ ସହ ଅନ୍ୟାୟ କରି ଫେରାର ମାରିଥିବା ଯୁବକଙ୍କୁ ଧରିବାରେ ଉଦ୍ୟମ ଜାରି ରହିଥିବା ବେଳେ ଦିବ୍ୟାଙ୍ଗ ଯୁବତୀ କୁଆଣରୀ ମାତୃତ୍ବ ଲାଭ କଲେ ତାଙ୍କୁ ଆଇନଗତ ବ୍ୟବସ୍ଥା ଅନୁସାରେ ଯାହା ସହାୟତା ମିଳିବାର ବ୍ୟବସ୍ଥା ରହିଛି ତାହା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

   Related Posts