Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ମା’ ପଚାରୁଛି, ‘ମୋ ପିଲାର ବାପା କିଏ ?’

20/09/2020 at 1:57 PM

ଝାରସୁଗୁଡା ୨୦।୯: ନବଜାତ ଶିଶୁର ପରିଚୟ ଖୋଜୁଛି ଜନ୍ମଦାତ୍ରୀ ମା’ । ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅଞ୍ଚଳରୁ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ।

ସୂଚନା ଅନୁସାରେ ପୀଡିତା ଦିବ୍ୟାଙ୍ଗ ଯୁବତୀ ଘରେ ଏକୁଟିଆ ରହୁଥିବାର ସୁଯୋଗ ନେଇ ତାଙ୍କ ଗାଁର ଜଣେ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଫଳରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଦୁଷ୍କର୍ମ କରିଥିବା ଯୁବକ ତାଙ୍କର ଗର୍ଭପାତ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେଥିରେ ସେ ବିଫଳ ହୋଇଥିଲେ ।

ଯାହା ଫଳରେ ୧୫ଦିନ ତଳେ ବୁର୍ଲା ବଡ ଡାକ୍ତରଖାନାରେ  ଶିଶୁ କନ୍ୟା ଜନ୍ମ ଦେଇଥିଲେ ପୀଡିତା ଯୁବତୀ । ଶିଶୁ କନ୍ୟାର ପରିଚୟ ପାଇଁ ପୀଡିତା ଘୁରି ବୁଲୁଥିବା ବେଳେ ଗର୍ଭବତୀ କରାଇଥିବା ଯୁବକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ୧୫ଦିନର କନ୍ୟା ସନ୍ତାନକୁ ନିଜ କୋଳରେ ଧରି ବାର ଦୁଆର ଶୁଣ୍ଢି ପିଣ୍ଢା ହେବା ପରେ ରବିବାର ଦିନ ଲାଇକେରା ଥାନାରେ ଏତଲା ଦେଇଛନ୍ତି ପୀଡିତା  ଦିବ୍ୟାଙ୍ଗ ଯୁବତୀ ।

ଲାଇକେରା ଥାନା ଅଞ୍ଚଳର ଏକ ଗାଁରେ ଦିବ୍ୟାଙ୍ଗ ଯୁବତୀ ରହୁଥିବା ନିଜ ଉପରେ ବିପଦ ରହିଥିବା କାରଣରୁ ଭୟରେ ଥାନାକୁ ଯାଉ ନଥିଲେ। କିନ୍ତୁ ରବିବାର ଜିଲ୍ଲା ଦିବ୍ୟାଙ୍ଗ ସଂଘର କିଛି କର୍ମକର୍ତ୍ତା ଲାଇକେରାରେ ପହଞ୍ଚି କୁଆଁରୀ ମା’କୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts