ପ୍ରେମରୁ ପ୍ରତାରଣା : ଗର୍ଭବତୀ ହେବା ପରେ ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କଲା ପ୍ରେମିକ , ପୀଡ଼ିତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
28/11/2020 at 3:42 PM

ଗଢ଼ଓ୍ବା ୨୮/୧୧: ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲ୍ଲାରେ ପ୍ରେମରେ ପ୍ରତାରଣା ଘଟଣା ସାମନାକୁ ଆସିଛି। ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ୨ବର୍ଷ ଯାଏଁ ଯୌନ ନିର୍ଯାତନା ଦିଆଯାଇଛି। ଯୁବତୀ ଗର୍ଭବତୀ ହୋଇଯିବାରୁ ପ୍ରେମିକ ବିବାହ କରିବାକୁ ମନା କରି ଦେଲା। ନିକଟରେ ଯୁବତୀ ନିଜ ପ୍ରେମିକକୁ ଭେଟିବାକୁ ଯିବାରୁ ସେ ଯୁବତୀଙ୍କୁ ନିଜ ସହ ନେଇ ଯାଇଥିଲା। ପୁଣି ଥରେ ଯୁବତୀଙ୍କୁ ସେ ଯୌନ ନିର୍ଯାତନା ଦେଇଥିଲା। ଏବେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମେରାଲ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ୨ବର୍ଷ ତଳେ ନିଜ ଭଉଣୀଙ୍କ ବିବାହରେ ଅହମଦ ଅନସାରୀ ନାମକ ଯୁବକ ସହ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବଦଳି ଯାଇଥିଲା। ଯୁବତୀଙ୍କ ଅଭିଯୋଗ ଅନୁସାରେ ଅହମଦ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇଥିଲା। ୨ବର୍ଷ ଯାଏଁ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଫଳରେ ଯୁବତୀ ଗର୍ଭବତୀ ହୋଇଯାଇଥିଲେ। ଏବିଷୟରେ ଯୁବତୀ ନିଜ ଘରଲୋକଙ୍କୁ ଜଣାଇନଥିଲେ ଏବଂ ପ୍ରେମିକକୁ ବିବାହ କରିବାକୁ କହିଥିଲେ।
ନଭେମ୍ବର ୨୫ତାରିଖରେ ଏହି ମାମଲାରେ ଯୁବତୀ ପଡ଼ୋଶୀ ଘରର ଯୁବକଙ୍କ ସହ ନିଜ ପ୍ରେମିକକୁ ଦେଖା କରିବାକୁ ଚିନିୟା ଯାଇଥିଲେ। ଏଠାରେ ସେ ଅହମଦକୁ ଭେଟିଥିଲେ ଏବଂ ଅନସାରୀ ପୀଡ଼ିତାଙ୍କୁ ତା ଘରକୁ ନେଇଯାଇଥିଲା। ସେହି ଦିନ ରାତିରେ ଅହମଦ ପୁଣି ଥରେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଗର୍ଭବତୀ ହେବା କାରଣରୁ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ରାତିରେ ହିଁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସୂଚନା ପାଇ ମେରାଲ ପୋଲିସ୍ ପୀଡ଼ିତାଙ୍କ ବୟାନ ପରେ ଅଭିଯୁକ୍ତକୁ ଗିରଫ କରିଛି।
Related Posts
ଜିଦ୍ରେ ଅଟଳ ଚାଷୀ ! ମାରାଥନ ଆଲୋଚନା ପରେ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ
21 January 2021