ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ:ଗର୍ଲଫ୍ରେଣ୍ଡ ସହ ହୋଟେଲରେ ରହିବା ନୁହେଁ ଅପରାଧ, ଆଇନ ନାଁରେ ହଇରାଣ କରିପାରିବନି ପୁଲିସ୍

Published By : Prameya-News7 Bureau | September 07, 2019 IST

wp:list
  • ଅବିବାହିତ ପୁଅ,ଝିଅଙ୍କୁ ହୋଟେଲରୁ ଗିରଫ କରିପାରିବନି ପୁଲିସ୍
  • ଅବିବାହିତ କପଲଙ୍କୁ ନିଜ ଇଚ୍ଛାରେ ହୋଟେଲରେ ରହିବାର ଅଧିକାର ରହିଛି
/wp:list

ନୂଆଦିଲ୍ଲୀ୭/୯: ଯଦି ଆପଣ ଆପଣଙ୍କର ଗଲଫ୍ରେଣ୍ଡ ସହ କୌଣସି ହୋଟେଲରେ ରହୁଛନ୍ତି ଆଉ ଏହିସମୟରେ କୌଣସି ପୁଲିସ୍ ଅଧିକାରୀ ଆସି ଆପଣଙ୍କୁ  ହଇରାଣ କରୁଛନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ ।  କାରଣ ଅବିବାହିତ ପୁଅ ଏବଂ ଝିଅ ହୋଟେଲରେ ଏକାସାଥିରେ ରହିବା କୌଣସି ଅପରାଧ ନୁହେଁ । ତେଣୁ ପୁଲିସ୍ ନିକଟରେ ହୋଟେଲରେ ରହିଥିବା  କୌଣସି ବି ଅନମ୍ୟାରେଡ୍ କପଲଙ୍କୁ ହଇରାଣ କିମ୍ବା ଗିରଫ କରିବାର କୌଣସି ବି ଅଧିକାର ନାହିଁ ।

ଏକଥା ଆମେ କହୁ ନାହୁଁ ବରଂ  ଖୋଦ୍ ଦେଶର ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟ ଦେଇଥିବା ଏକ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିନୟ କୁମାର ଗର୍ଗଙ୍କ କହିବାନୁଯାୟୀ,  ଅବିବାହିତ ପୁଅ, ଝିଅ ଏକାସାଥିରେ ହୋଟେଲରେ ରହିବା ଏବଂ ପରସ୍ପର ସହମତିରେ  ଶାରୀରିକ ସଂବନ୍ଧ ରଖିବା ସେମାନଙ୍କର ମୌଳିକ ଅଧିକାର ଅଟେ ।  ଯଦିଓ ଏଥିପାଇଁ  ସର୍ତ୍ତ ରଖିଛି କି   ଉଭୟ ପୁଅ, ଝିଅ ସାବାଳକ ହୋଇଥିବା ଦରକାର ।  ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛି କି,  ସଂବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଭୁକ୍ତ ମିଳୁଥିବା ମୌଳିକ ଅଧିକାରରେ ନିଜ ଇଚ୍ଛାରେ କାହା ସହ ରହିଲେ ଏବଂ ଶାରିରୀକ ସଂପର୍କ ରଖିବାର ଅଧିକାର ମଧ୍ୟ ଆସିଥାଏ ।  ଏଥିପାଇଁ  ବିବାହ ବନ୍ଧନରେ ବାନ୍ଧିହେବା ବାଧ୍ୟତାମୂଳକ ନୁହେଁ ।

ଅର୍ଥାତ୍ ସରଳ ଭାଷାରେ ବୁଝିବାକୁ ଗଲେ , ଯଦି କୌଣସି କପଲ ବିବାହ ନକରି କୌଣସି ହୋଟେଲରେ ସାଥିହୋଇ ରୁହନ୍ତି ତେବେ ଏହା ତାଙ୍କର ମୌଳିକ ଅଧିକାର  ଅଟେ । ମାତ୍ର ଯଦି ଏହି ସମୟରେ କୌଣସି ପୁଲିସ୍ ଅଧିକାରୀ ସେମାନଙ୍କୁ ହଇରାଣ କରନ୍ତି ତେବେ ଏହା ତାଙ୍କ ମୌଳିକ ଅଧିକାରକୁ କ୍ଷର୍ଣ୍ଣ କରାଯାଇଥିବା ବୋଲି ଗ୍ରହଣ କରାଯିବ ଆଉ ପୁଲିସର ଏଭଳି କାର୍ଯ୍ୟକଳାପ ବିରୋଧରେ ଆପଣ ସମ୍ବିଧାନର ଅନୁଚ୍ଛେଦ ୩୨ ଆଧାରରେ ସିଧା ସୁପ୍ରିମକୋର୍ଟ କିମ୍ବା ଅନୁଚ୍ଛେଦ ୨୨୬ ଆଧାରରେ ସିଧା ହାଇକୋର୍ଟର ଦ୍ବାରସ୍ଥ ହୋଇପାରିବେ ।

ଖାଲି ଏତିକି ନୁହେଁ ଆପଣ ଉକ୍ତ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଜେଲର ପୁଲିସ ଅଧିକ୍ଷକ କିମ୍ବା ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ନିକଟରେ ବି ଅଭିଯୋଗ କରିପାରିବେ । ଏଥିସହିତ ହିଁ ପୀଡିତ କପଲଙ୍କ ନିକଟରେ ମାନବାଧିକାର ଆୟୋଗରେ ଅଭିଯୋଗ କରିବାର ମଧ୍ୟ ବିକଳ୍ପ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.