ବ୍ରିଟେନ୍‌ର ସବୁଠୁ ହତଭାଗା ଦମ୍ପତ୍ତି : ୩୧ କୋଟିର ଲଟେରୀ ଜିତିକି ବି ହାରିଗଲେ...

Published By : Prameya-News7 Bureau | October 18, 2021 IST

ଲଣ୍ଡନ୍‌ ୧୮।୧୦ : ବ୍ରିଟେନର ଏକ ଦମ୍ପତି ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏକ ଲଟେରୀ ଟିକେଟ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବାର କାରଣ ହୋଇଛି ।  ଏହି ଦମ୍ପତି କୋଟି କୋଟି ଟଙ୍କାର ଲଟେରୀ ଜିତିଥିଲେ, କିନ୍ତୁ ଟିକେଟ୍ ହରାଇବା କାରଣରୁ ପୁରସ୍କାର ରାଶି ପାଇ ପାରିନଥିଲେ। ଏହି କାରଣରୁ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ବଢିଗଲା ଏବଂ ବର୍ତ୍ତମାନ ଦୁହେଁ ଅଲଗା ହୋଇଗଲେ । ସେମାନଙ୍କୁ ବ୍ରିଟେନର ସବୁଠାରୁ ଅନଲକି କପଲ କୁହାଯାଉଛି।

ବାସ୍ତବରେ ଏହି ଦମ୍ପତିଙ୍କୁ ୩ ମିଲିୟନ୍ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୩୧ କୋଟିର ଲଟେରୀ ମିଳିଥିଲା, କିନ୍ତୁ ଜିତିବା ପରେ ମଧ୍ୟ ଦୁହେଁ ହାରିଗଲେ । ଉଭୟ ମଧ୍ୟ କୋର୍ଟଙ୍କ ନିକଟକୁ ଯାଇଥିଲେ ମଧ୍ୟ କୌଣସି ଉପାୟ ପାଇ ନଥିଲେ। ପୁରସ୍କାର ରାଶି ପାଇବା ପାଇଁ ଟିକେଟ୍ ଉପସ୍ଥାପନ କରିବା ଆବଶ୍ୟକ ବୋଲି କମ୍ପାନୀ କହିଛି। ଯେହେତୁ ଦମ୍ପତି ଟିକେଟ୍ ଦେଇପାରିନଥିଲେ, ଏଥି ପାଇଁ ପୁରସ୍କାର ରାଶି ଦିଆଯାଇପାରିବ ନାହିଁ ।

କମ୍ପାନୀ ଲଟେରୀ ଅର୍ଥ ଦେବାକୁ ମନା କରିବା ପରେ ଉଭୟ କୋର୍ଟକୁ ଯାଇଥିଲେ। ଅନେକ ସେଲିବ୍ରିଟି ମଧ୍ୟ ଏହି ଦମ୍ପତିଙ୍କ ସପକ୍ଷରେ ମତ ରଖିଥିଲେ। କିନ୍ତୁ ଲଟେରୀ କମ୍ପାନୀ ନିଜ ଯୁକ୍ତିରେ ଅଟଳ ରହିଥିଲା। ଫଳରେ ଏହି ଘଟଣାରେ ଟିକେଟ୍‌ କୁଆଡେ ଗଲା ତାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବଢି ଯାଇଥିଲା । ଏହି କାରଣରୁ ଉଭୟ ମଧ୍ୟ ଭାଙ୍ଗି ପଡିଥିଲେ ଏବଂ ଶେଷରେ ଦୁହେଁ ବୈବାହିକ ସମ୍ପର୍କକୁ ଭାଙ୍ଗିଛନ୍ତି । ଏହି ଘଟଣାକୁ ନେଇ ଉଭୟଙ୍କୁ ବ୍ରିଟେନର ସବୁଠାରୁ ଅନ୍‌ଲକି କପଲ୍‌ ବା ହତଭାଗ୍ୟ ଦମ୍ପତି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.