Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କମୁଛି ସଂକ୍ରମଣ: ୧୧ଟି ଜିଲ୍ଲାରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା, ଏହି ୩ ଜିଲ୍ଲାରେ ହେବ ସେରୋ ସର୍ଭେ

12/06/2021 at 7:13 PM

ଭୁବନେଶ୍ଵର ୧୨।୦୬: କରୋନା ସଂକ୍ରମଣ କମୁଥିବାରୁ  ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ନେଇ ପ୍ରସ୍ତୁତି ଜାରି ରହିଛି। ୫ ପ୍ରତିଶତ ତଳେ ଥିବା ୧୧ଟି ଜିଲ୍ଲାରେ ଆରମ୍ଭ ହେବ ଅନଲକ ପ୍ରକିୟା। ହେଲେ ସଂକ୍ରମଣ ହାର ଅଧିକ ରହୁଥିବା ୮ଜିଲ୍ଲାରେ କଟକଣା ବଳବତ୍ତର ରହିପାରେ । ଆଜି ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଥିଲେ ମଧ୍ୟ ଅଲୋଡ଼ା ରେକର୍ଡ଼ କରିଛି କରୋନା ମୃତ୍ୟୁ । ଆଜି ସର୍ବାଧିକ ୪୭ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ସଂଖ୍ୟକ ରୋଗୀ ଭେଣ୍ଟିଲେଟରରେ ଥିବାରୁ ସେହିଅନୁପାତରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କୁହାଯାଉଛି । ସେପଟେ ଆସନ୍ତା ୧୭ରୁ ରାଜ୍ୟର ୩ ଜିଲ୍ଲାରେ ଆରମ୍ଭ ହେବ ନ୍ୟାସନାଲ ସେରୋ ସର୍ଭେ । ଏଥିରେ ୬ବର୍ଷରୁ ଅଧିକ ପିଲାଙ୍କୁ ମଧ୍ୟ ସାମିଲ କରାଯିବ।

ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ୍ । ୫ପ୍ରତିଶତ ତଳେ ଥିବା ୧୧ଜିଲ୍ଲାରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା । ୫ ଜିଲ୍ଲାରେ ବଳବତ୍ତର ରହିପାରେ ଲକଡାଉନ୍ । ରାଜ୍ୟର ଯେଉଁ ୧୧ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଲାଣି ସେ ସବୁ ଜିଲ୍ଲାରେ କଟକଣା କୋହଳ କରିବାକୁ ଚିନ୍ତା କରୁଛନ୍ତି ସରକାର । ୫ ପ୍ରତିଶତ ତଳକୁ ଖସିଥିବା ଜିଲ୍ଲାଗୁଡ଼ିକ ହେଲା ଝାସୁଗୁଡ଼ା, ବଲାଙ୍ଗିର, ସମ୍ବଲପୁର, ଗଞ୍ଜାମ, ସୋନପୁର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ଗଜପତି, କନ୍ଧମାଳ । ଆସନ୍ତା ୧୭ରେ ଲକଡାଉନ ଅବଧି ସରୁଥିବାରୁ ଏସବୁ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର ।  

ଆସନ୍ତା ୧୦ଦିନ ଭିତରେ କରୋନା ପଜିଟିଭ ସଂଖ୍ୟା ୨ହଜାରକୁ ଆସିବ ବୋଲି କୁହାଯାଉଛି ।ତେବେ ଏବେ ବି ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଥିବା ୮ଜିଲ୍ଲାକୁ ନେଇ ବଢ଼ିଛି ଚିନ୍ତା । ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଇବା ପାଇଁ ବିଚାରବିମର୍ଶ କରୁଛନ୍ତି ସରକାର ।

ସେପଟେ ଆଜି ଦୈନିକ ସଂକ୍ରମଣ ୫ହଜାର ତଳକୁ ଖସିଥିଲେ ମଧ୍ୟ ଅଲୋଡ଼ା ରେକର୍ଡ଼ କରିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୭ହଜାର ୧୨୨ଜଣଙ୍କୁ କରୋନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୪ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦୈନିକ ସଂକ୍ରମଣ ହାର ୭.୨୨କୁ ଖସିଛି ।  ସେହିଭଳି ଆଜି ସର୍ବାଧିକ ୪୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।

ସେପଟେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ହେଲେ ମଧ୍ୟ ପୂରା ଅନଲକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ନହେଲେ ପୁନଃ ସଂକ୍ରମଣର ଭୟ ରହିଛି ବୋଲି ମତ ଦେଇଛନ୍ତି ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ।

ସେହିଭଳି ଦେଶର ୭୦ ଟି ଜିଲ୍ଲାରେ  ଆରମ୍ଭ ହେବାକୁ ଯାଉଛି  ନ୍ୟାସନାଲ ସେରୋ ସର୍ଭେ ।  ଏଥିରେ  ଓଡ଼ିଶାର ୩ଟି ଜିଲ୍ଲା ରହିଛି । ତିନି ଜିଲ୍ଲା କୋରାପୁଟ, ରାୟଗଡ ଏବଂ ଗଞ୍ଜାମରେ ଆସନ୍ତା ୧୭ ତାରିଖରୁ ସେରୋ ସର୍ଭେ ଆରମ୍ଭ ହେବ ।  ୨୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସର୍ଭେରେ  ପ୍ରତି ଜିଲ୍ଲାରେ ୧୦ କ୍ଲଷ୍ଟର କରାଯାଇ ସାମ୍ପୁଲ ସଂଗ୍ରହ କରାଯିବ।    ତେବେ  ଏଥିରେ ୬ବର୍ଷରୁ ଅଧିକ ବୟସର ପିଲାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଆଇସିଏମଆର ନିର୍ଦେଶକ । ଦେଶରେ ମଧ୍ୟ ସଂକ୍ରମଣ କମୁଥିବା ବେଳେ ବଢ଼ୁଛି କରୋନା ମୃତ୍ୟୁ । ଆଜି  ୮୪ ହଜାର ୩୩୨ ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ  କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪ ହଜାର ୨ ଜଣ ।

   Related Posts