Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକଡାଉନ୍‌ରେ ‘ଅନଲକ୍-୧’: ଖୋଲିବ ସ୍କୁଲ ଓ କଲେଜ୍

30/05/2020 at 7:27 PM

ନୂଆଦିଲ୍ଲୀ ୩୦।୫: କେନ୍ଦ୍ର ସରକାର ଶନିବାର ପୁଣି ଲକଡାଉନ୍‌ ସମ୍ପ୍ରସାରଣ କରିଛନ୍ତି। ଫଳରେ ମାର୍ଚ୍ଚ ୨୫ ତାରିଖ ପରେ ଦେଶରେ ପଞ୍ଚମ ଲକଡାଉନ୍‌ ଜାରି ହୋଇଛି। ଏହି ପର୍ଯ୍ୟୟ ଲକଡାଉନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ପ୍ରଥମ ଥର ସରକାର ଲକଡାଉନ୍‌ରେ ଅନଲକ୍‌ ଲାଗି ମଧ୍ୟରାସ୍ତା ଖୋଲିଛନ୍ତି। ଫଳରେ ସମ୍ପୂର୍ଣ୍ଣ ଲକଡାଉନ୍‌କୁ ଯାଇଥିବା ଦେଶକୁ ପର୍ଯ୍ୟାୟକ୍ରମେ ପୁଣି ଖୋଲିବା ଲାଗି ରାସ୍ତା ଉନ୍ମୁକ୍ତ ହୋଇଯାଇଛି।

ପଞ୍ଚମ ପର୍ଯ୍ୟାୟ ଲକଡାଉନ୍‌ ଲାଗି ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଯେଉଁଥିରେ ଅନଲକ୍ ଲାଗି ୩ ଭିନ୍ନ ଭିନ୍ନ ପର୍ଯ୍ୟାୟ ପରାମର୍ଶ ଦେଇଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଜାରି କରିଥିବା ଗାଇଡ ଲାଇନ୍‌ ଅନୁସାରେ ପୁଣି ସ୍କୁଲ, କଲେଜ, ଶୈକ୍ଷଣିକ, ପ୍ରଶିକ୍ଷଣ ଓ କୋଚିଂ ଇନିଷ୍ଟିଚ୍ୟୁସନ ଆଦି ଖୋଲିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ସହ ପରାମର୍ଶ ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ଏଥିରେ କଣ୍ଟୈନମେଣ୍ଟ ଜୋନ ବାହାରେ ଏଭଳି ଅନୁଷ୍ଠାନ ଖୋଲିବାକୁ ହୁଏତ ଅନୁମତି ମିଳିପାରେ ବୋଲି ଅନୁମାନ କରାଯାଉଛି। ତେବେ ଏଥିପାଇଁ ଜୁଲାଇ ମାସରେ ଦ୍ୱିତୀୟ ପର୍ଯ୍ୟାୟ ରିଲାକ୍ସେସନରେ ଅନୁମତି ମିଳିପାରେ । ଗୃହମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ଏଥିପାଇଁ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ ଭାଗିଦାରଙ୍କ ସହ ନିୟମିତ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ଏଣୁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କୁ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିୟର(ଏଓପି) ପ୍ରସ୍ତୁତ କରିବାକୁ କହିଛନ୍ତି।

   Related Posts