Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜଧାନୀରେ ଅନଲକ୍‌-୮ ଘୋଷଣା: ଖୋଲିବ ସିନେମା ହଲ୍‌, ପୂର୍ଣ୍ଣ କ୍ଷମତାରେ ଗଡ଼ିବ ବସ୍‌

24/07/2021 at 10:46 PM

ନୂଆଦିଲ୍ଲୀ ୨୪/୭: କରୋନା କଟକଣା କୋହଳ କଲେ ଦିଲ୍ଲୀ ସରକାର। କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି।  କରୋନା ଅନଲକ୍‌ରେ ବିଶେଷ କରି ମେଟ୍ରୋ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ଘୋଷଣା ହୋଇଛି । ଏହା ସହ ଗତ ୩ ମାସ ହେଲା ବନ୍ଦ ପଡ଼ିଥିବା ସିନେମା ହଲ୍‌ ଏବଂ ସ୍ପା ଖୋଲିବ ବୋଲି ଜଣାପଡ଼ିଛି। କେଜ୍ରିଓ୍ବାଲ ସରକାର ଅନଲକ୍‌-୮ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଦିଲ୍ଲୀରେ ଏବେ ମେଟ୍ରୋ ଶତ ପ୍ରତିଶତ କ୍ଷମତା ସହ ଚାଲିବାକୁ ଅନୁମତି ମିଳିଛି। ଏହା ବ୍ୟତୀତ ଡିଟିସି ଏବଂ କ୍ଲଷ୍ଟର ବସ୍‌ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଯାତାୟତ କରିପାରିବ।

କଣ ଖୋଲା ?

ସିନେମା ହଲ, ରଙ୍ଗ ମଞ୍ଚ, ମଲ୍ଟିପ୍ଲେକ୍ସ

ସ୍ପା ଏବଂ ଓ୍ବେଲନେସ୍‌ କ୍ଲିନିକ୍‌

ସ୍ବିମିଂ ପୁଲ୍‌, ମନୋରଞ୍ଜନ ପାର୍କ, ଓ୍ବାଟର ପାର୍କ

ବିଜନେସ୍‌ ଟୁ ବିଜନେସ୍‌ ପ୍ରଦର୍ଶନ

ମେଟ୍ରୋ ଏବଂ ବସ୍‌ରେ ପୂର୍ଣ୍ଣ ସିଟିଂ କ୍ଷମତା

ବିବାହରେ ଲୋକସଂଖ୍ୟା ୨୦ରୁ ୧୦୦କୁ ବୃଦ୍ଧି

ଅନ୍ତିମ ଯାତ୍ରାରେ ମଧ୍ୟ ୧୦୦ ଲୋକ

କଣ ରହିବ ବନ୍ଦ ?

ସ୍କୁଲ, କଲେଜ, କୋଚିଂ

ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ

ଇଭେଣ୍ଟ ହଲ୍‌ (ବିବାହ ବ୍ୟତୀତ)

   Related Posts