Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ଅନଲକ୍ ୫.୦ ଗାଇଡ୍‌ଲାଇନ୍: ଖୋଲିବ ସିନେମା ହଲ୍, ମନୋରଞ୍ଜନ ପାର୍କ, ସ୍କୁଲ-କଲେଜ୍ ଉପରେ ରାଜ୍ୟ ନେବେ ନିଷ୍ପତ୍ତି

30/09/2020 at 8:27 PM

ନୂଆଦିଲ୍ଲୀ ୩୦।୦୯: କରୋନା ସଂକ୍ରମଣର ପ୍ରକୋପ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍‌-୫ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନଲକ-୫ରେ ସିନେମାଘର ଓ ମଲ୍‌ଟିପ୍ଲେକ୍ସ ୫୦ ପ୍ରତିଶତ ସିଟ୍‌ ସହିତ ଖୋଲିବ। ଅକ୍ଟୋବର ୧୫ରୁ ସିନେମା ଘର, ମଲ୍‌ଟିପ୍ଲେସ୍, ଥିଏଟର, ମନୋରଞ୍ଜନ ପାର୍କ ଖୋଲାଯିବ। ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ସ୍ଵିମିଂ ପୁଲ୍ କେବଳ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଖୋଲାଯିବ।  ଉଲ୍ଲେଖନୀୟ ଅନଲକ୍-୪ ଆଜି ଶେଷ ହେଉଛି।

ସିନେମା ହଲ୍, ଥିଏଟର, ମଲ୍‌ଟିପ୍ଲେକ୍ସ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି କରିବେ। ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ଦିଆଯାଇଛି। ଏହି ସବୁ କାର୍ଯ୍ୟକ୍ରମର କଣ୍ଟେନମେଣ୍ଟ ଜୋନ୍‌ର ଲୋକ ସାମିଲ ହୋଇ ପାରିବେ ନାହିଁ। ଭାରତ ସରକାର କଣ୍ଟେନମେଣ୍ଟ ଜୋନ୍‌ରେ ଜାରି ଲକ୍‌ଡାଉନ୍‌ ଅବଧିକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  

ସ୍କୁଲ ଓ କୋଚିଂ ସେଣ୍ଟରକୁ ପର୍ଯ୍ୟାୟକ୍ରମେ ଖୋଲିବା ନେଇ ରାଜ୍ୟ ସରକାର ଅକ୍ଟୋବର ୧୫ ପରେ ନିଷ୍ପତ୍ତି ନେଇ ପାରିବେ। ଗାଇଡ୍‌ଲାଇନ୍‌ ଅନୁଯାୟୀ ଅକ୍ଟୋବର ୧୫ରୁ ସିନେମା ହଲ, ଥିଏଟର ଓ ମଲ୍‌ଟିପ୍ଲେକ୍ସ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ। ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୂର୍ବବତ୍ତ କଟକଣା ଜାରି ରହିଛି।

ଅନଲକର ଏହି ପର୍ଯ୍ୟାୟରେ ଦୂର୍ଗା ପୂଜା, ନବରାତ୍ରି, ଦଶହରା ପରି ଅନେକ ବଡ ପର୍ବପର୍ବାଣୀ ହେବାକୁ ଯାଉଛି। ସରକାର ଏସଓପିରେ ଏଥିପ୍ରତି ଖାସ୍ ଦୃଷ୍ଟି ଦେଇଛନ୍ତି ଯେମିତି ଲୋକ ସତର୍କତାମୂଳକ ଉପାୟ ସହିତ ଉତ୍ସବକୁ ହର୍ଷୋଲ୍ଲାସ ସହିତ ପାଳନ କରି ପାରିବେ।

   Related Posts