ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ୍ ଜୋନରେ କଡାକଡି ହେବ ଲକ୍‌ଡାଉନ୍, କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ୍

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦ : କେନ୍ଦ୍ର ଗୃହ ମନ୍ତ୍ରାଳୟ ନଭେମ୍ବର ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ଅନଲକ୍-୪ରେ ଯେଉଁସବୁ କଟକଣା କୋହଳ କରାଯାଇଥିଲା ତାହାକୁ ବଢ଼ାଇ ନଭେମ୍ବର ୩୦ କରାଯାଇଛି। ଗୃହ ମନ୍ତ୍ରାଳୟ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନରେ ନଭେମ୍ବର ୩୦ ତାରିଖ ଯାଏଁ ଲକଡାଉନ ଜାରି ରହିବ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ ପାଇଁ କୌଣସି କଟକଣା ନାହିଁ। ଏହିପାଇଁ କୌଣସି ଗାଡି ପାଇଁ ପରମିଟ୍ ଆବଶ୍ୟକତା ନାହିଁ।

ଅନଲକ୍-୪ ରେ ସର୍ତ୍ତମୂଳକ ଭାବେ ସିନେମାଘର, ସ୍କୁଲ୍, ରାଜନୈତିକ ସଭା, ଧାର୍ମିକ ଆୟୋଜନ ଓ ଅନ୍ୟାନ୍ୟ ସଭାକୁ ଅନୁମତି ଅନୁମତି ଦିଆଯାଇଥିଲା। ସୁଇମିଙ୍ଗ୍ ପୁଲ୍ ଅନଲକ୍-୪ରେ ବନ୍ଦ ରହିଛି ଓ ଅନଲକ-୫ରେ ମଧ୍ୟ ବନ୍ଦ ରହିବ।

ସୋମବାର ଦିନ ୩ ମାସ ପରେ ଦେଶରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ୪୦ ହଜାରରୁ କମ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ମୃତକ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସକାଳ ୮ଟାରେ ଜାରି ହୋଇଥିବା ତାଲିକା ଅନୁସାରେ ଦେଶରେ ଗୋଟିଏ ଦିନରେ ୩୬ ହଜାର ୪୭୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହାପରେ ସଂକ୍ରମଣ ମାମଲା ବୃଦ୍ଧି ପାଇ ୭୯ ଲକ୍ଷ ୪୬ ହଜାର ୪୨୯ ରେ ପହଞ୍ଚିଛି। ୪୮୮ ଜଣଙ୍କ ମୃତ୍ୟୁ ପରେ ମୃତକ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ ସୁସ୍ଥହାର ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ସୁସ୍ଥହାର ୯୦.୬୨ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁହାର ୧.୫୦ ପ୍ରତିଶତକୁ ଖସିଛି। ବର୍ତ୍ତମାନ ୬ ଲକ୍ଷ ୨୫ ହଜାର ୮୫୭ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.