Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅନ୍‌ଲକ୍ ୫.୦ରେ କେଉଁ କେଉଁ ନିୟମ ହେବ କୋହଳ ? ଖୋଲିପାରେ ସିନେମା ହଲ୍

28/09/2020 at 3:59 PM

ନୂଆଦିଲ୍ଲୀ ୨୮/୦୯ : ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସରକାର ଅନଲକ ୫.୦ ପାଇଁ ଗାଇଡଲାଇନ ଜାରି କରିପାରନ୍ତି । ପାର୍ବଣ ଋତୁ ଥିବାରୁ ସରକାର ଏଥର ଆହୁରି କିଛି ନିୟମ କୋହଳ କରିପାରନ୍ତି ବୋଲି କୁହାଯାଉଛି । କରୋନା ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ସରକାର ଜୁନ ମାସରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଗତ ମାସରୁ ଗୃହ ମନ୍ତ୍ରାଳୟ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ କୋହଳ କରିବାକୁ ନିର୍ଣ୍ଣୟ ନେଇଥିଲେ । ସେଥିପାଇଁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଆଗକୁ ଆଉ କିଛି ନିୟମ କୋହଳ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି

ଅନଲକ ୪.୦ରେ ମଲ, ସେଲୁନ, ଜିମ, ହୋଟେଲ ଓ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଇଥିଲେ । ଅନଲକ ୫.୦ରେ ସିନେମା ହଲ, ସ୍ୱଇମିଙ୍ଗ ପୁଲ, ମନୋରଞ୍ଜନ ପାର୍କ ମଧ୍ୟ ଖୋଲିପାରେ ବୋଲି ଆଶଙ୍କା କରାଯାଉଛି । ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଗାଇଡଲାଇନ ସହ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଉ ।

ଲକଡାଉନ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ଅନଲକ ୫.୦ ରେ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇପାରେ ବୋଲି ଅନୁମାନ କରାଯାଉଛି । ଅନେକ ରାଜ୍ୟରେ ହୋଟେଲ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ପଶ୍ଚିମବଙ୍ଗ ଅକ୍ଟୋବର ୧ ତାରିଖରୁ ସୀମିତ ସଂଖ୍ୟକ ଲୋକଙ୍କ ସହ ସିନେମା ହଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଆବଶ୍ୟକୀୟ ଉପାୟ ପାଳନ କରିବା ଅନିବାର୍ଯ୍ୟ ।

   Related Posts