ସେପ୍ଟେମ୍ବର ୧ରୁ ଲାଗୁ ହେବ ଅନ୍‌ଲକ 4: ବିଜେଡି କହିଲା, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ବିଚାର ବିର୍ମଶ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ

Published By : Prameya-News7 Bureau | August 30, 2020 IST

ଭୁବନେଶ୍ବର୩୦/୮: କେନ୍ଦ୍ର ସରକାର ଗତକାଲି ଜାରି କରିଛନ୍ତି ଅନଲକ୍ 4ର ଗାଇଡଲାଇନ । ଏବେ ରାଜ୍ୟସରକାରଙ୍କ ଉପରେ ନଜର । ସାମାଜିକ କାର୍ଯ୍ୟକ୍ରମରେ ଏବେ ୧୦୦ ଜଣ ଏକାଠି ହୋଇପାରିବେ। ଯାହାକୁ ନେଇ କଂଗ୍ରେସ ରାଜନୀତିର ଗନ୍ଧ ବାରିଛି । ବିହାର ନିର୍ବାଚନକୁ ଦେଖି କେନ୍ଦ୍ର ସରାକର ରାଜନୈତିକ ସମାବେଶକୁ ଅନୁମତି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏପଟେ ବିଜେପି କିନ୍ତୁ ସାଧାରଣ ଜୀବନ ଯାତ୍ରା, ଅର୍ଥନୀତି ଓ ଶାସନ ବ୍ୟବସ୍ଥାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏପଟେ ବିଜେଡି କହିଛି କେନ୍ଦ୍ର ସରକାରଙ୍କ ନିଷ୍ପତିର ବିଚାରବିର୍ମଶ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ଅନ୍‌ଲକ 4 କୁ ନେଇ ଆପତ୍ତି ଉଠାଇଲା କଂଗ୍ରେସ । ସେପ୍ଟେମ୍ବର ୧ରୁ ଲାଗୁ ହେବ ଅନଲକ 4 । କେନ୍ଦ୍ର ସରକାର ଧୀରେ ଧୀରେ କଟକଣା ଉଠାଇବାରେ ଲାଗିଛନ୍ତି ।  ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ପ୍ରୟାସ କରୁଛନ୍ତି। ୨୧ ତାରିଖରୁ ରାଜନୈତିକ, ସମାଜିକ, କ୍ରୀଡା, ସଂସ୍କୃତିକ କାର୍ଯ୍ୟକ୍ରମରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦେଇଛନ୍ତି । ଅନ୍ତଃରାଜ୍ୟ ଯାତାୟତ ହେବ । କେରାନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏପରି କଟକଣା କୋହଳ କରିବାକୁ କଂଗ୍ରେସ ଏଥିରେ ରାଜନେୀର ଗନ୍ଧ ବାରିଛି।  ବିହାର ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ସମାବେଶକୁ କେନ୍ଦ୍ରସରାକର ଅନୁମତି ଦେଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଏପଟେ ଅନଲକ 4କୁ ରାଜନୈତି ଦୃଷ୍ଟିରେ ଦେଖିବା କଥା ନୁହେଁ ବୋଲି ବିଜେପି କହିଛି । ସାଧରଣ ଜୀବନଯାତ୍ରା, ଅର୍ଥନୀତି ଓ ଶାସନ ବ୍ୟବସ୍ଥାକୁ ଆଖି ଆଗରେ ରଖି ଅନଲକ 4 ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏବେ ସଂକ୍ରମଣ ବଢ଼ିଛି କିନ୍ତୁ ମୃତ୍ୟୁହାର କମ୍ ରହିଛି ଏବଂ ଆରୋଗ୍ୟହାର ମଧ୍ୟ ବଢ଼ିଛି । କୋହଳ ଯୋଗୁଁ ଜୀବନ ଯାତ୍ରା ସ୍ବାଭାବିକ ହେବ ।  କାରଣ ୬ ମାସ ହେଲା ଲୋକ କାମଧନ୍ଦା ବନ୍ଦ କରି ଘରେ ବସିଛନ୍ତି। ଲକଡାଉନ ସଟଡାଟନ ପାଇଁ କେନ୍ଦ୍ର ସରାକରଙ୍କ ଠାରୁ ଅନୁମତି ନେବେ ରାଜ୍ୟ । ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ଭିତରେ କୌଣସି ଦ୍ବନ୍ଦ ରହବ ନାହିଁ ବୋଲି କହିଛି ବିଜେପି।

ପୂର୍ବରୁ କେନ୍ଦ୍ର ଗାଇଡଲାଇନ ଜାରି କରିବା ପରେ ରାଜ୍ୟ ସରକାର ଅଲଗା ଭାବେ ଗାଇଡଲାଇନ ଜାରି କରିଥାନ୍ତି। ଯେହେତୁ ସେପ୍ଟେମ୍ବର ୧ରୁ ଅନଲକ 4 ଲାଗୁ ହେବ ତେଣୁ ରାଜ୍ୟ ସରକାର ଏହା ପୂର୍ବରୁ ଅଲଗା ଭାବେ ନୂଆ ଗାଇଡଲାଇନ ଜାରି କରିବେ। ତେଣୁ ରାଜ୍ୟ ସରକାର ଏହାର ବିଚାରବିମର୍ଶ କରୁଛନ୍ତି ବୋଲି ବିଜେଡି କହିଛି। ରାଜ୍ୟସରକାରଙ୍କ ଗାଇଡଲାଇନ ଉପରେ ରହିଛି ନଜର। ସଂକ୍ରମିତ ଅଧିକ ଥିବା ଜିଲ୍ଲାରେ ଶନି ଓ ରବି ସଟ୍ ଡାଉନ ଏବଂ ନାଇଟ କର୍ଫ୍ୟୁ କିଭଳି ରହିବ ସେନେଇ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ତାହା ଉପରେ ନଜର ରହିଛି ରାଜ୍ୟବାସୀଙ୍କ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.