Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାଜ୍ୟରେ ଅନଲକ୍‌-୨ କଟକଣା: ଅଗଷ୍ଟ ୩୧ ଯାଏଁ ସ୍କୁଲ-କଲେଜ- କୋଚିଂ ସେଣ୍ଟର ବନ୍ଦ

30/06/2020 at 5:54 PM

ଭୁବନେଶ୍ବର୩୦/୬: ରାଜ୍ୟରେ ଅନଲକ୍‌-୨ କଟକଣା। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବ। ସ୍କୁଲ-କଲେଜରେ କୌଣସି ପରୀକ୍ଷା ହେବାକୁ ଥିଲେ, ସ୍ଥିତି ଦେଖି ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେବେ। ସେହିପର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ।  ବିବାହ କାର୍ଯ୍ୟରେ ୫୦ ଲୋକ ସାମିଲ ହୋଇ ପାରିବେ। ତାହା ପୁଣି କୋଭିଡ୍‌ କଟକଣା ନିୟମ ଅନୁସାରେ ଯୋଗ ଦେବେ। ଅନଲକ୍‌-୨ ରେ ରାଜ୍ୟରେ କୋଭିଡ୍‌ କଟକଣାକୁ ଅଧିକ ଗୁରୁତ୍ବ ଦିଆଯିବ। ମାସ୍କ ନ ପିନ୍ଧିଲେ ଏବଂ ସାମାଜିକ ଦୂରତା ନ ମାନିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ହୋଇଥିବା ୧୧ ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ଘୋଷଣା ହୋଇଥିଲା। କିନ୍ତୁ ବର୍ତ୍ତମାନ ଅନଲକ୍-୨ରେ ନୟାଗଡ଼ ଜିଲ୍ଳାକୁ ବାଦ ଦିଆଯାଇଛି। ବାକି ୧୦ ଜିଲ୍ଳାରେ ୨ ଦିନିଆ ସଟଡାଉନ୍‌ ଜାରି ରହିବ। ଏହା ବ୍ୟତୀତ ସିନେମା ହଲ, ରେସ୍ତୋରାଣ୍ଟ ଏବଂ ବିଭିନ୍ନ ସଭା ସମିତି ବନ୍ଦ ରହିବ। ରାତି କର୍ଫ୍ୟୁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ରହିଥିଲା। କିନ୍ତୁ ବର୍ତ୍ତମା ଅନଲକ୍‌-୨ ରେ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ।  

   Related Posts