ଅନଲକ୍ ୨.୦: ଜାଣନ୍ତୁ କ'ଣ ଖୋଲା ରହିବ ଏବଂ କ'ଣ ବନ୍ଦ, ସରକାର ଜାରି କଲେ ଗାଇଡ୍‌ଲାଇନ୍‌

Published By : Prameya-News7 Bureau | June 29, 2020 IST

ନୂଆଦିଲ୍ଲୀ ୨୯।୦୬: ଘାତକ କୋଭିଡ୍-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଅନଲକ୍‌-୨ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ  ଅନଲକ୍-୨ରେ କଣ ଖୋଲା ରହିବା କଣ ବନ୍ଦ ରହିବ କୁହାଯାଇଛି। ଅନଲକ୍‌ ୨ର ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ।

କଣ ବନ୍ଦ ରହିବ ଏବଂ କଣ ଖୋଲା ରହିବ

୧ - ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଏସବୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।

୨ - ଏହି ସମୟରେ ଅନଲାଇନ୍‌ ପାଠ୍ୟକ୍ରମ ଜାରି ରହିବ।

୩ - ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ବନ୍ଦ ରହିବ।

୪ - ମେଟ୍ରୋ ଚଳାଚଳ ପୂର୍ବବତ୍ତ ବନ୍ଦ ରହିବ।

୫ - ଏହା ବ୍ୟତୀତ ସିନେମା ହଲ, ଜିମ୍, ସୁଇମିଂ ପୁଲ,  ମନୋରଞ୍ଜନ ପାର୍କ ଏସବୁ ପୂର୍ବଭଳି ବନ୍ଦ ରହିବ।

୬ - ସାମାଜିକ/ରାଜନୈତିକ/ଖେଳ/ ମନରୋଞ୍ଜନ/ ଶିକ୍ଷାନୁଷ୍ଠାନ/ସାଂସ୍କୃତିକ/ ଧାର୍ମିକ କାର୍ଯ୍ୟ ଓ ଅନ୍ୟ କାର୍ଯ୍ୟ କ୍ରମ ହୋଇ ପାରିବ।

୭ - କଣ୍ଟେମେଣ୍ଟ ଜୋନ୍ ବାହାରେ କେନ୍ଦ୍ର ଓ ରାଜ୍ୟର ପ୍ରଶିକ୍ଷଣ ସଂସ୍ଥାକୁ ଜୁଲାଇ ୧୫ରୁ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି।

ରାତ୍ରକାଳୀନ କର୍ଫ୍ୟୁ

୧ - ରାତିରେ କର୍ଫ୍ୟୁ ଜାରି ରହିବ, ମାତ୍ର ଆବଶ୍ୟକ ଗତିବିଧି ପାଇଁ ଅନୁମତି ଦିଆଯାଇଛି।

୨ - ଏବେ ରାତ୍ରକାଳୀନ କର୍ଫ୍ୟୁ ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.