ଅନଲକ୍-୧: ଜାଣନ୍ତୁ ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ନୂତନ ଗାଇଡ୍‌ଲାଇନ୍‌ର‌ ୧୨ଟି ବଡ କଥା

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୦୫: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ମେ ୩୧ରେ ଶେଷ ହେବା ପୂର୍ବରୁ ଶନିବାର ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଲାଗୁ କରିଛନ୍ତି। ଲକ୍‌ଡାଉନ୍‌ ୫.୦ର ଅବଧି ଜୁନ ୧ରୁ ଜୁନ୍ ୩୦ ଯାଏ ରହିବ। ହେଲେ ଲକ୍‌ଡାଉନ୍‌କୁ ଅନଲକ୍‌-୧ ନାମ ଦିଆଯାଇଛି। ଅନଲକ୍‌-୧ ଆଧାରରେ ତିନୋଟି ପର୍ଯ୍ୟାୟରେ ଦେଶରେ ବଡ ବଡ ଗତିବିଧି ଖୋଲିବାକୁ ରୂପରେଖ ପ୍ରସ୍ତୁତ କରାଯାଇଛି। ଆସନ୍ତୁ ଜାଣିବା ନୂତନ ଗାଇଡ୍‌ଲାଇନ୍‌ର ୧୨ଟି ବଡ କଥା।

୧) କଣ୍ଟେନମେଣ୍ଟ ଅଞ୍ଚଳରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜୁନ ୩୦ ପର୍ଯ୍ୟନ୍ତ ଜାରି ରହିବ।

୨) କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ପ୍ରତିବନ୍ଧିତ ଗତିବିଧିକୁ ପର୍ଯ୍ୟାୟକ୍ରମେ ଖୋଲାଯିବ।

୩) ଜୁନ୍ ୮ରେ ଅନଲକ୍‌-୧ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟ ହୋଟେଲ୍ ସେବା ଖୋଲା ହେବ।

୪) ଜୁନ ୮ରୁ ସପିଂ ମଲ୍‌ ଖୋଲିବାକୁ ଅନୁମତି ମିଳିବ। ଦେଶରେ ଯେ କୌଣସି ଜାଗାକୁ ଯିବା ଆସିବାରେ ଅନୁମତି ଦିଆଯାଇଛି।

୫) ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ବିଚାର ବିମର୍ଶ କରାଯାଇ ଦ୍ଵିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯିବ।

୬) ଶିକ୍ଷାନୁଷ୍ଠାନ ସଂସ୍ଥାକୁ ଜୁଲାଇରୁ ଖୋଲିବା ନେଇ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ଅଭିବାବକ, ଅନ୍ୟ ସମ୍ବନ୍ଧିତ ପକ୍ଷଙ୍କ ସହ ବିଚାର-ବିମର୍ଶ କରାଯିବ।

୭) ରାତିରେ କର୍ଫ୍ୟୁ ସମୟର ସମୀକ୍ଷା କରାଯିବ। ଏବେ ପୂରା ଦେଶରେ ରାତି ୯ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ।

୮) ସ୍ଥିତିର ଆକଳନ କରିବା ପରେ ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ଟ୍ରେନ୍, ସିନେମା ହଲ୍, ଜିମ୍, ରାଜନୈତିକ ସଭା ଇତ୍ୟାଦି ଖୋଲିବା ନେଇ ତୃତୀୟ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ।

୯) କଣ୍ଟେନମେଣ୍ଟ ଅଞ୍ଚଳରେ ଲକ୍‌ଡାଉନ୍‌ ଜୁନ ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହି କ୍ଷେତ୍ରର ନିର୍ଦ୍ଧାରଣ ଜିଲ୍ଲା ପ୍ରଶାସନ ଦ୍ଵାରା ନିଆଯିବ।

୧୦) କଣ୍ଟେନମେଣ୍ଟ କ୍ଷେତ୍ର ବାହାରେ ବଫର ଅଞ୍ଚଳ, ଯେଉଁଠି ସଂକ୍ରମଣ ମାମଲା ଆସିବାର ସମ୍ଭାବନା ରହିଛି, ସେହି ଅଞ୍ଚଳର ଚିହ୍ନଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରିବେ।

୧୧) ବଫର ଜୋନ୍‌ରେ ଆବଶ୍ୟକ ପଡିଲେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରି ପାରିବେ।

୧୨) ପରିସ୍ଥିତି ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଣ୍ଟେନମେଣ୍ଟ କ୍ଷେତ୍ର ବାହାରେ କିଛି ଗତିବିଧି ଉପରେ ରୋକ୍‌ ଲଗାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.