Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଅନ୍‌ଲକ୍ ୧.୦: ଦିଲ୍ଲୀ ସୀମା ସିଲ ବିରୋଧରେ ବିଜେପିର ପ୍ରଦର୍ଶନ : ବିଜେପି ସଭାପତି ମନୋଜ ତିୱାରୀ ଅଟକ

1/06/2020 at 1:45 PM

ନୂଆଦିଲ୍ଲୀ ୦୧/୦୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୀମା ସିଲ କରିବା ନିଷ୍ପତ୍ତିକୁ ବିଜେପି ବିରୋଧ କରିଛି | ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ରାଜଘାଟରେ କେଜ୍ରିୱାଲ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବାକୁ ପହଞ୍ଚିଛନ୍ତି | ପୂର୍ବରୁ ହିଁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସେଠାରେ ଲୋକଙ୍କ ଛିଡା ହେବାପାଇଁ ସର୍କଲ କରାଯାଇଥିଲା | କିନ୍ତୁ ଲକଡାଉନ ସମୟରେ ଏହିଭଳି ବିରୋଧ ପ୍ରଦର୍ଶନକୁ ଅନୁମତି ଦିଆଯାଇନାହିଁ | ସେଥିପାଇଁ ମନୋଜ ତିୱାରୀ ସେଠାରେ ପହଞ୍ଚିବା କ୍ଷଣି ପୋଲିସ ତାଙ୍କୁ ଓ ବିଜେପି କର୍ମୀଙ୍କୁ ଅଟକ ରଖିଛି |

ମନୋଜ ତିୱାରୀ କହିଛନ୍ତି, କେଜ୍ରିୱାଲ ସରକାର କରୋନା ଲଢେଇରେ ବିଫଳ ହୋଇଛନ୍ତି | ସେଥିପାଇଁ ସେ ବିରୋଧ ପ୍ରଦର୍ଶନ କରିଛନ୍ତି | ସେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି, ନିୟମ ପାଳନ କରି ବିରୋଧ ପ୍ରଦର୍ଶନ କରିଛନ୍ତି ତଥାପି ପୋଲିସ ତାଙ୍କୁ ଅଟକ ରଖିଛି | ସେ ପୋଲିସକୁ ସମ୍ମାନ କରୁଛନ୍ତି ବୋଲି କହିଛନ୍ତି | ଦିଲ୍ଲୀ ସୀମା ସିଲ ପ୍ରସଙ୍ଗରେ ମନୋଜ କହିଛନ୍ତି, ଦିଲ୍ଲୀରେ ସବୁ ବ୍ୟବସ୍ଥା କେବଳ କଥାରେ ରହିଯାଇଛି, କିଛି କାର୍ଯ୍ୟକାରୀ ହେଉନାହିଁ |

ସେପଟେ ଦିଲ୍ଲୀ କନୌଟ ପ୍ଲେସରେ ମଧ୍ୟ ବିଜେପି କେଜ୍ରିୱାଲ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲା | ଦିଲ୍ଲୀ ଇନଚାର୍ଜ ଶ୍ୟାମ ଜାଜୁ କହିଛନ୍ତି ଯେ, କେଜ୍ରିୱାଲ ସରକାର କରୋନା ଭାଇରସ ଲଢେଇରେ ବିଫଳ ହୋଇଛନ୍ତି | ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ବିଜେପି ପ୍ରଦର୍ଶନ କରୁଛି | ତେବେ ଦିଲ୍ଲୀ ଜନତା ତାଙ୍କୁ ଚିକିତ୍ସା ନ ଦେବାକୁ ପରାମର୍ଶ ଦେଇନଥିଲେ ବୋଲି ଶ୍ୟାମ ଜାଜୁ କହିଛନ୍ତି |

କରୋନା ଭାଇରସ ବିରୋଧୀ ଲଢେଇରେ ଦିଲ୍ଲୀ ସରକାର ଅସମର୍ଥ ପ୍ରମାଣିତ ହୋଇଛନ୍ତି | ସେଥିପାଇଁ ଦିଲ୍ଲୀରେ ସଂକ୍ରମଣ ମାମଲା ଓ ମୃତ୍ୟୁ ମାମଲା ବୃଦ୍ଧି ପାଇଛି | ଏହି ସମୟରେ ସମସ୍ତ ରୋଗୀଙ୍କୁ ନ୍ୟାୟ ଦେବା ଏବଂ ମାନବତା ଆଧାରରେ କାମ କରିବା ଉଚିତ ବୋଲି ବିଜେପି କହିଛି | କିନ୍ତୁ କେଜ୍ରିୱାଲ ସରକାର ବିଭାଜନ ନୀତି ପ୍ରଦର୍ଶନ କରିଛନ୍ତି ବୋଲି ବିଜେପି କହିଛି | କେଜ୍ରିୱାଲ ବିଭାଜନ ନୀତି ଛାଡ଼ନ୍ତୁ ବୋଲି ସେ କହିଛନ୍ତି | 

   Related Posts