ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
19/11/2019 at 10:53 AM

ଉଦଳା ୧୯।୧୧: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୃଷକ ବଜାରର ମୁଖ୍ୟ ରାସ୍ତାରୁ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଠାବ । ଘଟଣାସ୍ଥଳରେ ଉଦଳା ପୋଲିକୁ ପହଞ୍ଚି ମୃତଦେହକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଉଦଳା ଥାନା କୃଷକ ବଜାରର ମୁଖ୍ୟ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ, ପରେ ଉଦଳା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ପାରି ନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।