ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

Published By : Prameya-News7 Bureau | December 26, 2019 IST

ଆନନ୍ଦପୁର ୨୬/୧୨: ଏନ ଏଚ୨୦ ରାମଚନ୍ଦ୍ରପୁର ଥାନା ମଛାଳ ଛକ ନିକଟରେ ରାସ୍ତା କଡରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ  ପଡିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୁତ୍ତ  ହତ୍ୟାକରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

{"id":202791,"sizeSlug":"large"}

 ତେବେ ମହିଳାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ । ଆଜି ସକାଳୁ ସେହି ବାଟ ଦେଇ ଯାଉଥିବା କେତେକ ଲୋକେ ମୃତଦେହ ଦେଖିଥିଲେ । ପରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ କ୍ଷିପ୍ର ବେଗରେ ଖେଳିଯାଇଥିଲା। ରାମଚନ୍ଦ୍ରପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ ଟିମକୁ ଖବର ଦିଆ ଯାଇଥିବା ଜଣାପଡିଛି ।

{"id":202792,"width":587,"height":330,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.