ବିଲରୁ ମିଳିଲା ଅଚିହ୍ନା ମହିଳାଙ୍କ ଉଲଗ୍ନ ମୃତଦେହ, ପାଖରେ ପଡିଛି ମଦ ଓ ବିଷ ବୋତଲ ସହ ଗାମୁଛା
29/12/2020 at 1:48 PM

ସୋର ୨୯।୧୨: ବାଲେଶ୍ବର ଜିଲ୍ଲା ଦହିପୁର ବେତଗଡିଆ ନିକଟରେ ନିଛାଟିଆ ବିଲ ମଝିରେ ଅଚିହ୍ନା ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ଶବକୁ କୁଟା ଗଦାରେ ଘୋଡାଇ ରଖାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତଦେହ ନିକଟରେ ଭଙ୍ଗା ମଦ ବୋତଲ, ବିଷ ବୋତଲ, ଗାମୁଛା ପଡିଥିବା ଦେଖିବାକୁ ମିଳିଛି । ମୃତକ ମହିଳାଙ୍କ ଗୋଡ ଶାଢୀ ଗୋଡାଇ ହୋଇ ରହିଛି । ଶବ ନିକଟରେ ବ୍ଲାଉଜ ଗାମୁଛା ମଧ୍ୟ ପଡିଛି ।
ଖବର ପାଇ ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନେତୃତ୍ବରେ ପୋଲିସର ଛାନଭିନ ଚଳାଇଛି । ପାରିପାର୍ଶ୍ବିକ ଅବସ୍ଥାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021