ପ୍ରାୟ ଦେଢକୋଟି ଟଙ୍କା ନଗଦ ନେଇ ମନ୍ଦିରରେ ପହଞ୍ଚିଲେ ଭକ୍ତ ଜାଣନ୍ତୁ ତା ପରେ କ’ଣ କଲେ

Published By : Prameya-News7 Bureau | September 11, 2019 IST

ଚିତୋରଗଡ :  ମଣ୍ଡଫିଆର ସାଁବଲିଆ ସେଠଙ୍କ ଦରବାର ଏବେ ପୁଣି ଚର୍ଚ୍ଚାରେ। ଏହି ଚର୍ଚ୍ଚା ବି ମନ୍ଦିରକୁ ଆସି ଦାନ କରିଥିବା ଜନୈକା ମହିଳା ଭକ୍ତଙ୍କ ଲାଗି । କୁହାଯାଉଛି ଭଗବାନଙ୍କ ଦର୍ଶନ ଲାଗି ଆସିଥିବା ମହିଳା ଠାକୁରଙ୍କ ଦାନପେଟିରେ ୧ କୋଟି ୨୫ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ଦାନ କରିଛନ୍ତି। କ୍ୟାସ୍ ଲେସ୍ ଯୁଗରେ ମହିଳାଙ୍କ ଏପରି ନଗଦ ଦାନ ଏହି ଚର୍ଚ୍ଚାର କାରଣ ପାଲଟିଛି।

{"id":156188}

ମହିଳାଙ୍କ ଦାନ ବି ବଡ ବିଚିତ୍ର ଥିଲା। ଜଲଝୁଲନୀ ମେଳାର ଅନ୍ତିମ ଦିବସରେ ସାଁବଲିଆ ସେଠଙ୍କ ବିଗ୍ରହଙ୍କୁ ବାହାରଙ୍କୁ ଆଣି ବିମାନରେ ବିଜେ କରାଇବା ନିମନ୍ତେ ପ୍ରସ୍ତୁତି ଚାଲିଥିବା ବେଳେ ମହିଳା ଜଣକ ହାତରେ ଏକ ବ୍ୟାଗ ଧରି ମନ୍ଦିରକୁ ପ୍ରବେଶ କରିଥିଲେ।  ଏହି ସମୟରେ ସେ ଠାକୁରଙ୍କ ଦର୍ଶନ କରିବା ସହ କାହାକୁ କିଛି ନକହି ବ୍ୟାଗରେ ଆଣିଥିବା ବିଡାବିଡା ନୋଟ ଠାକୁରଙ୍କ ଦାନପେଟିରେ ପକାଇବାକୁ ଲାଗିଥିଲେ। କେହି କିଛି ବୁଝିବା ଆଗରୁ ମହିଳା ବ୍ୟାଗରେ ଆଣିଥିବା ସମସ୍ତ ଟଙ୍କା ହୁଣ୍ଡିର ପକାଇ ଚୁପଚାପ୍  ବାହାରିଯାଇଥିଲେ।

{"id":156189}

ମହିଳାଙ୍କ ଏଭଳି କାର୍ଯ୍ୟ ସେଠାରେ ଉପସ୍ଥିତ ସବୁ ଭକ୍ତ ଓ ସେବକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ  କରିଥିଲା। ହେଲେ କେହି ତାଙ୍କୁ ପାଟି ଫିଟାଇ ଆପଣ କିଏ ବୋଲି ପଚାରିପାରିନଥିଲେ।  ମହିଳାଚାଲିଯିବା ପରେ ଲୋକେ ତାଙ୍କ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ହେଲେ ତାଙ୍କର ନାମ, ଠିକଣା କି ପରିଚୟ କିଛି ଜଣାପଡି ନାହିଁ। ମନ୍ଦିରରେ ବିରାଜିତ ସଁବାଲିଆ ସେଠଙ୍କ ସମ୍ପର୍କ ମୀରାବାଇଙ୍କ ସହ ସମ୍ପୃକ୍ତ। କୁହାଯାଏ ସଁବାଲିଆ ସେଠ୍ ସେହି ଠାକୁର ଯାହାଙ୍କୁ ମୀରା ଗିରିଧର ଗୋପାଲ ଭାବେ ପୂଜା କରୁଥିଲେ।

{"id":156196,"align":"center","width":539,"height":711}

ଏଠାରେ ମୀରାଙ୍କର ଏହି ଗିରିଧର ଗୋପାଲ ଓରଫ ସଁବାଲିଆ ସେଠା ବ୍ୟାବସାୟୀଙ୍କ ଅଂଶୀଦାର ହୁଅନ୍ତି। ବ୍ୟବସାୟୀ ତାଙ୍କୁ ଅଂଶୀଦାର କରି ବ୍ୟବସାୟ କଲେ ଲାଭର ତାଙ୍କ ଭାଗଟି ଆଣି ମନ୍ଦିରର ଦାନପେଟିରେ ପକାଇଯାଆନ୍ତି। ହେଲେ ମହିଳା ଏଠାରେ ଦାନ କରୁଥିବା ବ୍ୟବସାୟୀଙ୍କୁ ବି ଟପି ଯାଇଛନ୍ତି। ଜଲଝୁଲନୀ ଏକଦଶୀରେ ମହିଳା ଏହି ବିପୁଳ ଦାନ କରିଛନ୍ତି। ମହିଳାଙ୍କ ଯିବା ପରେ ଠାକୁର ବିମାନରେ ବିଜେ କରି ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.