ରାସ୍ତା କଡରେ ପ୍ରସବ କଲେ ଅଜଣା ମହିଳା

Published By : Prameya-News7 Bureau | September 23, 2019 IST

ସାନଖେମୁଣ୍ଡି ୨୩।୯: ରାସ୍ତା କଡରେ ପ୍ରସବ କଲେ ଅଜଣା ମହିଳା । ଗଞ୍ଜାମ ଜିଲ୍ଲା ଚିକିଟି ଜକର ଏବଂ ବଲିଝୁଲି  ମୁଖ୍ୟରାସ୍ତାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣଙ୍କ ମାନସିକ ବିକୃତ ହୋଇଥିବା ସୂଚନା ମିଳିଛି ।ମହିଳା ଜଣଙ୍କ ଆଜି ସକାଳୁ ରାସ୍ତା କଡରେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ଖବର ପାଇ ସ୍ଥାନୀୟ ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରକୁ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.