ବଲାଙ୍ଗିର ରେଲୱେ ଷ୍ଟେସନ ହସ୍ପିଟାଲ ନିକଟରୁ ଅଚିହ୍ନା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | May 13, 2019 IST

ବଲାଙ୍ଗିର ୧୩\୫ : ବଲାଙ୍ଗୀର ସ୍ଥାନିୟ ରେଳ ଷ୍ଟେସନ ନିକଟସ୍ଥ ରେଲଓ୍ବେ ଡାକ୍ତରଖାନା ପାଖ ଫରେଷ୍ଟ ଭିତରୁ ଜଣେ ଅଜଣା ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ତେବେ କିଏ ସେ ମହିଳା କେଉଁଠୁ ଆସିଛନ୍ତି ? ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ବର୍ତ୍ତମାନ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳା ଜଣକ ଗୋଟିଏ ଗଛଡାଳରେ ବେକରେ ସାଢି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି। ପାଖରେ ଗୋଟିଏ ବ୍ୟାକ ରେ କିଛି କପଡା ଓ କିଛି କାଗଜ ପତ୍ର ଓ ଗୋଟିଏ ଦର୍ପଣ ଥିବା ଦେଖିବାକୁ ମିଳିଛି। ଗତ କାଲି ୪ ଟାରୁ ୬ ଟା ସମୟରେ ବର୍ଷା ହୋଇଥିବା ବେଳେ ବ୍ୟାଗଟି ଓଦାରହିଥିବାରୁ ଗତ କାଲି ଠାରୁ ଏ ଘଟଣା ଘଟିଥିବା ଅନୁମାନ କରାଯାଉଛି। ସେପଟେ ମହିଳା ଜଣକ ୩୦ ବର୍ଷ ପାଖା ପାଖି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ସୁଚନା ଦେଇଥିବା ବେଳେ ଘଟଣାସ୍ଥଳରେ ମାଜିଷ୍ଟେଟ୍‌ ଙ୍କ ଉପସ୍ତିତିରେ ଶବ ଉଦ୍ଧାର କଲାପରେ ପୋଷ୍ଟମର୍ଟମ ରୁ ସତ୍ୟସତ୍ୟ ଜଣାପଡିବ ଏହା ହତ୍ୟା ନାଁ ଆତ୍ମ ହତ୍ୟା ବୋଲି ସୁଚନା ଦେଇଛି ଜିଆରପି ପୋଲିସ।

{"id":111302,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.