Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ: କାଠ ଗଣ୍ଡିରେ ବନ୍ଧା ହୋଇଛି ଶବ

26/05/2020 at 3:04 PM

ତେଲକୋଇ୨୬/୫: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଗାଁ ସମାକୋଇ ନଦୀର ଦୁଇମୁହାଁଣିରେ ଏହି  ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଜଣାପଡିଛି। ଗୋଟିଏ କାଠ ଗଣ୍ଡିରେ ମହିଳାଙ୍କ ମୃତଦେହକୁ ବାନ୍ଧି ନଦୀକୁ କିଏ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହ ଉଦ୍ଧାର ପରେ ସନ୍ଦେହ ଆହୁରି ଦ୍ବିଗୁଣା ବଢ଼ି ଯାଇଛି। କାଠ ଗଣ୍ଡିରେ ମହିଳାଙ୍କ ମୃତଦେହ ବନ୍ଧା ହୋଇଥିବା ଅବସ୍ଥାରେ ଶବଟିକୁ ଉଦ୍ଧାର କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts