ବାଲିଅନ୍ତାରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

Published By : Prameya-News7 Bureau | August 14, 2018 IST

ଖୋର୍ଧା୧୪/୮: ଜୟଦେବ କଲେଜକୁ ଯାଉଥିବା ବଳେ କଲେଜ ରୋଡରେ ଏକ ଅଜଣା ଗାଡି ଧକ୍କାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ବାଲିଅନ୍ତା ଭୁବନପୁର ଗାଁର ସୁଚିସ୍ମିତା ବେହେରା । ଦୁର୍ଘଟଣା ପରେ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ନହରକଣ୍ଟା ଛକଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ଏକ ଘଣ୍ଟା ଅବରୋଧ କରି ରଖିଥିଲେ । ମଞ୍ଚେଶ୍ବର ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ନିୟମ ଅନୁସାରେ କ୍ଷତିପୂରଣ ଓ ୨୪ ଘଣ୍ଟିଆ ପିସିଆର ସେବା ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.