କବାଟ ବାଡେଇଲେ, ଡରେଇଲେ ତା ପରେ କଲେ ଏପରି କାରନାମା... ଧରିପାରିଲାନି ପୋଲିସ

Published By : Prameya-News7 Bureau | February 08, 2020 IST

ବେଙ୍ଗାଲୁରୁ ୦୮।୦୨: ଘର କବାଟ ନଖେଳିବାରୁ ଘର ଭିତରକୁ ପକାଇଲେ କଣ୍ଡୋମ ପ୍ୟାକେଟ । ବେଙ୍ଗାଲୁରୁର ପଟ୍ଟନହାଳୀ ଅଞ୍ଚଳରୁ ଆସିଛି ଏଭଳି ଏକ ଅଜବ ଘଟଣା । ସ୍ଥାନୀୟ ପୋଲିସ ଥାନାରେ ମହିଳାଙ୍କ ପକ୍ଷରୁ ଅଭିଯୋଗ । ପୋଲିସ ଘଟଣାରେ ତଥ୍ୟ ଯୋଗାଡ କରି ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି ।

ପଟ୍ଟନହାଳୀ ଥାନା ଅଞ୍ଚଳରେ ଜଣେ ମହିଳା ବାସ କରୁଥିଲେ । ରାତି ୨ଟାରେ ମହିଳା ଘରେ ଏକୁଟିଆ ଥିବା ସମୟରେ ଘର ବାହାର ପଟୁ କେହି ଜଣେ ବ୍ୟକ୍ତି ବାରମ୍ବାର କବାଟ ବାଡେଇଥିଲା । ମହିଳା ଜଣଙ୍କ ଘର କବାଟ ଖୋଲି ଦେଖନ୍ତି ତ ବାହାରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ । ମହିଳା ଜଣଙ୍କ ବାଧ୍ୟ ହୋଇ କବାଟ ବନ୍ଦ କରିଦେଇଥିଲେ । କିନ୍ତୁ ପୁଣି କିଛି ସମୟ ପରେ କବାଟ କେହି ବାଡେଇଲା , ମହିଳାଜଣଙ୍କ କିନ୍ତୁ ଏଥରକ କଟାବ ଖୋଲିବା ପାଇଁ ଯାଇନଥିଲେ । ତେବେ କବାଟ ବାହାର ପଟୁ ବାଡୋଉଥିବା ଅଜଣା ଯୁବକଟି ବହୁ ସମୟ ଧରି କବାଟ ବାଡେଇଥିଲେ ।

{"id":221840,"width":578,"height":396,"sizeSlug":"large"}

ଶେଷରେ ଘର ବାହାରେ ଲାଗିଥିବା ଲାଇଟକୁ ଅନ୍‌/ଅଫ୍ କରିଥିଲା । ବାରାମ୍ବାର ଏପରି ଲାଇଟ୍ ଅନ୍‌/ଅଫ୍ କରିଚାଲିଥିଲା । କେହି ଜଣେ ଅଜଣା ବ୍ୟକ୍ତି ଏପରି କାର୍ଯ୍ୟ କରୁଥିବାରୁ ମହିଳାଜଣଙ୍କ ଅତ୍ୟନ୍ତି ଭୟଭୀତ ହୋଇଯାଇଥିଲେ । କିଛି ସମୟ ପରେ ମହିଳାଙ୍କ ଘର ଭିତରକୁ ଏକ କଣ୍ଡୋମ ପ୍ୟାକେଟ ପକାଇଥିଲେ ସେହି ଅଜଣା ଯୁବକ । ମହିଳା ଜଣଙ୍କ ଭୟଭୀତ ହୋଇ ପୋଲିସ ସହାୟତା ନମ୍ବର ୧୦୦ରେ କଲ୍‌ କରି ଘଟଣାର ବିସୃତ ତଥ୍ୟ ଜଣାଇଥିଲେ । ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚି ପୂର୍ବରୁ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ତା ପର ଦିନ ସକାଳ ସମୟରେ ମହିଳା ଦେଖନ୍ତି

{"id":221841,"width":587,"height":374,"sizeSlug":"large"}

ତ, ତାଙ୍କ ଘରର ଝରକା ପଟେ ପୁଣି ଏକ କଣ୍ଡୋମ ପ୍ୟାକେଟ୍‌ ପିଡିଛି । ମହିଳା ଜଣଙ୍କ ତୁରନ୍ତ ପୋଲିସ ଥାନାକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ମହିଳାଙ୍କ ଘରକୁ ଲାଗି ରହିଥିବା ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.