Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

“ମୁଁ ଥାନା ଆଇଆଇସିଙ୍କ ଭାଇ” କହି ଲୁଟିଲେ ଟଙ୍କା, ତା ସହ ମ୍ୟାନେଜରଙ୍କୁ ମାଡ଼ ମାରି କଲେ ଲହୁଲୁହାଣ

10/04/2021 at 10:14 PM

ପାଟଣା, ୧୦/୦୪: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଆଇଆଇସି ଗଗନ ନାଏକଙ୍କ ଭାଇର ପରିଚୟ ଦେଇ ଦାଦାଗିରି କରିଛନ୍ତି ଦୁର୍ବୁତ୍ତ । ଭଣ୍ଡା ସ୍ଥିତ ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପର ମ୍ୟାନେଜର ଲଳିତ କୁମାର ପାଲଙ୍କୁ ଦୁର୍ବୁତ୍ତ ମାନେ ଥାନା ଅଧିକାରୀଙ୍କ ଭାଇର ପରିଚୟ ଦେଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭଣ୍ଡା ବଜାର ଉପରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପର ମ୍ୟାନେଜର ଶୋଇଥିବା ସମୟରେ ୮ ରୁ ୧୦ ଜଣ ଦୁର୍ବୁତ୍ତ ଓଡ଼ି 04 A 6386 ନମ୍ବର ବିଶିଷ୍ଟ ବୋଲେରୋରେ ଆସି ଆକ୍ରମାଣ କରିଥିଲେ । ସେମାନେ ପ୍ରଥମେ ମ୍ୟାନେଜର ଶୋଇଥିବା ରୁମର କବାଟ ବାଡେଇ ଥିଲେ । ମ୍ୟାନେଜର ନ ଉଠିବାରୁ ଗୋଇଠା ମାରି କବାଟ ଭାଙ୍ଗି ଦେଇଥିଲେ । ସେ ବାହାରିବା ପରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଲହୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ଭଣ୍ଡା ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି ମ୍ୟାନେଜର ।

ଏଥିସହ ୧୫ ହଜାର ଟଙ୍କା ଲୁଟିନେଇଥିବା ମ୍ୟାନେଜର ଅଭିଯୋଗ ଆଣିଛନ୍ତି । ତେବେ କିଏ ସେ ଦୁର୍ବୁତ୍ତ ଯିଏ ବାରିଆ ଥାନା ଅଧିକାରୀଙ୍କ ଭାଇ କହି ଆକ୍ରମଣ କରିଥିଲା ତାହା ଜଣାପଡ଼ିନଥିବା ବେଳେ ସାଙ୍ଗରେ ଥିବା ସହଯୋଗୀ ଏବଂ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟରେ ଦାବି ହେଉଛି ।

   Related Posts