Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ନୃଶଂସତାର ସବୁ ସୀମା ଟପିଲା ମଣିଷ : ହାତୀ ପରେ ଏବେ ଓଟ , ଭଙ୍ଗା ଗୋଡ଼ରେ ୪ଦିନ ହେଲା ରାସ୍ତା କଡ଼ରେ ଛଟପଟ ହୋଇଥିଲା ମାଇ ଓଟ

30/07/2020 at 5:02 PM

ଜୟସାଲମେର ୩୦/୭:  ଗତ କିଛି ଦିନ ତଳେ କେରଳରେ ଏକ ହାତୀକୁ ବିସ୍ଫୋରକ ପଦାର୍ଥ ଖୁଆଇ ମାରିବା ଏବଂ ରାଜସ୍ତାନର ଚୁରୁରେ ଏକ ଓଟର ଗୋଡ଼ ଭାଙ୍ଗି ଗୁରୁତର ଆହତ କରିବା ମାମଲାକୁ ବହୁତ ସମୟ ହୋଇନାହିଁ। ଏହି ସମୟରେ ପୁଣି ଥରେ ପଶୁଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ଆଉ ଏକ ମାମଲା ଜୟସାଲମେରରୁ ଆସିଛି। ଜୟସାଲମେରର ଏକ ଗାଁରେ କିଛି ଅଜଣା ଲୋକ ମାଇଓଟକୁ ନିଷ୍ଠୁରଭାବେ ପିଟି ତାର ଗୋଡ଼ ଭାଙ୍ଗି ଦେଇଛନ୍ତି। ଯାହା ପରେ ୪ଦିନ ହେବ ଓଟଟି ସେଠାରେ ରାସ୍ତାରେ ପଡ଼ି ଛଟପଟ ହେଉଛି। କିନ୍ତୁ ପ୍ରଶାସନ ତାକୁ ହସ୍ପିଟାଲ୍ ଯାଏଁ ପହଞ୍ଚାଇବାର ବ୍ୟବସ୍ଥା କରିନାହିଁ।

ଏହି ଘଟଣାଟି ଜୟସାଲମେରର ସାଙ୍କଡ଼ା ଥାନା ଅନ୍ତର୍ଗତ ବେତିନା ଗାଁର। ଏହି ଅଭାବନୀୟ ଘଟଣା ପରେ ପଶୁପ୍ରେମୀଙ୍କ ମଧ୍ୟରେ ରାଗ,ଅସହିଷ୍ଣୁତା ଦେଖିବାକୁ ମିଳିଛି। ଓଟଟିର ବିକଳ ଚିତ୍କାର ଅନେକ ଦୂର ଯାଏଁ ଶୁଣାଯାଉଥିଲେ ମଧ୍ୟ ଏବେ ଯାଏଁ ପଶୁପାଳନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ କି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଓଟ ମାଲିକ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହା ପରେ ବୁଧବାର ସାଙ୍କଡ଼ା ପୋଲିସ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ବିଷୟରେ ସୂଚନା ନେଇଛି।

ଭାରତ ସମେତ ପୂରା ବିଶ୍ବରେ ଓଟ ସଂଖ୍ୟା ଲଗାତାର କମ୍ ହେଉଛି। ଖାସ୍ କରି ରାଜସ୍ଥାନର ଜୟସାଲମେର,ବାଡ଼ମେର,ବିକାନେରରେ ଦେଖିବାକୁ ମିଳୁଥିବା ଓଟ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

   Related Posts