ରେଳଧାରଣା ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | April 09, 2021 IST

ଝାରସୁଗୁଡା ୯।୪: ରେଳଧାରଣା ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ନିକଟ ରେଳ ଧାରଣାରୁ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଝାରସୁଗୁଡ଼ା GRP । ମୃତ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ଗୁରୁବାର ରାତି ୧୨ଟା ୩୦ ପାଖାପାଖି କୁର୍ଲା ଏକ୍ସପ୍ରେସ ଟ୍ରେନର ଲୋକୋ ପାଇଲଟ ମୃତ ଯୁବକଙ୍କ ଶବ ଧାରଣାରେ ପଡ଼ିଥିବା ସୂଚନା ଦେଇଥିଲେ । ଯୁବକଙ୍କ ମୃତ୍ୟୁର କାରଣ ଖୋଜୁଛି GRP । ଏହା ଏକ ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ଏହା ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ GRP ଥିବାବେଳେ ଲୋକଙ୍କର ଭିଡ଼ ଲାଗିରହିଛି । ତେବେ ଏହା ହତ୍ୟା ନା ଟ୍ରେନ୍ ରେ କଟି ମୃତ୍ୟୁ ହୋଇଛି ନିଶ୍ଚିତଭାବେ ତଦନ୍ତ ପରେ ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.