ନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
31/05/2020 at 2:57 PM

ପାଟଣା ୩୧।୫: ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗାଁ ନିକଟ ସୀତା ନଦୀରେ ମୃତଦେହ ଭାସୁଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ ।
ସୂଚନାଯୋଗ୍ୟ ଯେ, ଗ୍ରାମର କିଛି ବ୍ୟକ୍ତି ନଦୀକୁ ଯାଇଥିବା ସମୟରେ ଅଜଣା ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଘଟଗାଁ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତାଙ୍କୁ କେହି ହତ୍ୟା କରି ନଦୀରେ ଭସାଇ ଦେଇଥିବା ସନ୍ଦେହ କରାଯାଉଛି । ଖବର ଲେଖା ହେଲା ବେଳକୁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚିନାହିଁ ।
Related Posts
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021