ବଜାରରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | December 31, 2020 IST

କୋଣାର୍କ ୩୧।୧୨: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅସ୍ତରଙ୍ଗ ବଜାରର ଏକ ଦୋକାନ ସମ୍ମୁଖରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପଡିଥିବା ଦେଖି ବଜାରର ବ୍ୟବସାୟୀ ଅସ୍ତରଙ୍ଗ ପୋଲିସକୁ ଖବର ଦେଇଥିଲେ । ଅସ୍ତରଙ୍ଗ ଥାନା ଅଧିକାରୀ ଖବର ପାଇ ଶବକୁ ଜବତ କରିଛନ୍ତି । ଯୁବକଙ୍କୁ ମାରି ଫିଙ୍ଗି ଦେଇଥିବା ଅସ୍ତରଙ୍ଗ ପୋଲିସ ସୂଚନା ଦେଇଛି । ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.