ଲୁଣା ନଦୀରୁ ଅଜଣା ମୃତଦେହ ଠାବ

Published By : Prameya-News7 Bureau | August 07, 2020 IST

କେନ୍ଦ୍ରାପଡା ୭।୮: ଲୁଣା ନଦୀରୁ ଅଜଣା ମୃତଦେହ ଠାବ । ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଦାନପୁର ପଞ୍ଚାୟତ ବେଳମାଳ ମଠ ନିକଟ ଲୁଣା ନଦୀରୁ ଏକ ଅଜଣା ମୃତଦେହ ଠାବ ହୋଇଛି । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହଟି ପାଣିରେ ଭାସୁଥିବାର ଦେଖିଥିଲେ । ତେବେ ମୃତଦେହଟି ମୁହଁ ମାଡି ପଡିଥିବାରୁ ତାହାର ପରିଚୟ ମିଳିପାରିନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନଦୀରେ ଜଳସ୍ତର ସାମାନ୍ୟ ଅଧିକ ଥିବାରୁ ମୃତଦେହଟି କେଉଁଆଡୁ ଭାସିଆସି ଏଠାରେ ଲାଗିଥିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.