କୂଅରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
17/12/2020 at 3:12 PM

କଣ୍ଟାବାଞ୍ଜି ୧୭।୧୨: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ରାମୁଡ ଗାଁର ଏକ ଚାଷ ଜମି ନିକଟରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ହତ୍ୟାକରି ଯୁବକଙ୍କୁ କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ରାମୁଡ ଗାଁର ଅବଦୂତ ଶବରଙ୍କ ଚାଷ ଜମିରେ ଥିବା କୂଅରେ ଶବ ଭାସୁଥିବା ଗାଁର କିଛି ଲୋକ ଦେଖିବାକୁ ପାଇଥିଲେ । ଗାଁଲୋକ ଚାଷ ଜମି ମାଲିକକୁ ଖବର ଦେବା ପରେ ତୁରେକେଲା ପୋଲିସକୁ ଖବର ଦେଇଥିଲେ । ତୁରେକେଲା ପୋଲିସ ଖବର ପାଇ କଣ୍ଟାବାଞ୍ଜି ଦମକଳ କର୍ମଚାରୀଙ୍କ ସହାୟତାରେ ଶବ କୂଅରୁ ଉଦ୍ଧାର କରାଯାଇଥିବା ବେଳେ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମଙ୍କ ସହଯୋଗରେ ତଦନ୍ତ ଆରମ୍ଭ କରିଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021