କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 09, 2021 IST

ଟାଙ୍ଗୀ ୯।୧୨: ଟାଙ୍ଗୀ କେନ୍ଦୁଆ ଜଙ୍ଗଲରୁ ମିଳିଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ।  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ପଟିଆ-ମାଳ ପଞ୍ଚାୟତର କେନ୍ଦୁଆ ଗ୍ରାମରେ ରହିଛି ଗ୍ରାମ୍ୟ ଜଙ୍ଗଲ। କିଛି ଗୋପାଳକ ଜଙ୍ଗଲକୁ ଗୃହପାଳିତ ପଶୁଙ୍କୁ ନେଇ ଚରାଇବା ପାଇଁ ଯାଉଥିବା ବେଳେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାନ୍ଦପୁର ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ମୃତ ବ୍ୟକ୍ତିଙ୍କ ପରିଚୟ ଏବଂ ଏହି ସ୍ଥାନକୁ ସେ କିପରି ଆସିଲେ ତାର ଖିଅ ଖୋଜୁଛି ଚାନ୍ଦପୁର ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.