ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହାତ ଓ ମୁହଁରେ ବନ୍ଧା ହୋଇଛି କପଡା
17/12/2020 at 1:15 PM

ଝାରସୁଗୁଡା ୧୭।୧୨: ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଗ୍ରୀଣ୍ଡୋଲା ନିକଟରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ବେଲପାହାଡ଼-ହେମଗିରି ରାସ୍ତା ଉପରେ ମୃତଦେହ ପଡିରହିଥିବା ବେଳେ ଅଜଣା ଯୁବକଙ୍କ ହାତ ଓ ମୁହଁରେ କପଡା ବନ୍ଧା ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଘଟଣାସ୍ଥଳରେ ଲଖନପୁର ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ପରିଚୟ ନଷ୍ଟ ପାଇଁ ଅଜଣା ଯୁବକଙ୍କୁ ହତ୍ୟା ପରେ ତାଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ଲଖନପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆଖପାଖର ସିସିଟିଭି ଫୁଟେଜକୁ ଖୋଜିବା ଆରମ୍ଭ କରିଦେଇଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021
ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20 January 2021