ରେଳ ଧାରଣା କଡରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ, ଟ୍ରେନ୍‌ରୁ ଖସିପଡି ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | March 09, 2021 IST

ଜଳେଶ୍ବର ୯।୩: ଜଳେଶ୍ବର ଅଳିନ୍ଦା ରେଳ ଫାଟକ ନିକଟ ରେଳ ଧାରଣା କଡରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ଟ୍ରେନରୁ ଖସିପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ରେଳ ଷ୍ଟେସନ ନିକଟରେ ଥିବା ଅଳିନ୍ଦା ରେଳ ଫାଟକ ପୂର୍ବରୁ ଆପ୍ ଲାଇନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ବ୍ୟକ୍ତି ଜଣଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ପାଦରେ ଚପଲ ଥିବା ଦେଖିବାକୁ ମିଳିଛି । ଟ୍ରେନରୁ ବ୍ୟକ୍ତି ଜଣଙ୍କ ଖସିପଡିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ରେଳ ବିଭାଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.