ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
8/12/2020 at 10:12 AM

ଗଜପତି ୮।୧୨: ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ ପୁରୁଣାପଟଣା ବ୍ରିଜ୍ ନିକଟରେ ଭାସୁଛି ମୃତଦେହ ।
ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ ପୁରୁଣାପାଟଣା ବ୍ରିଜ୍ ନିକଟରେ ଭାସୁଛି ମୃତଦେହ । ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି ।