ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ମରଶରୀରରୁ ବାହାରୁଛି ଦୁର୍ଗନ୍ଧ
11/12/2020 at 9:45 AM

ଜି.ଉଦୟଗିରି ୧୧।୧୨: ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ ଥାନାର ବଣ୍ଡାଗୁଡା ଗ୍ରାମ ନିକଟରେ ପଡିଛି ମୃତଦେହ । ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ ଥାନା ବଣ୍ଡାଗୁଡା ଗ୍ରାମ ନିକଟ ଏକ ବିଲରୁ ଜଣେ ଅଜଣା ଯୁବକ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଶରୀରଟି ମୁହଁମାଡି ହୋଇ ପଡିଥିବାରୁ ଚିହ୍ନଟ ହୋଇପାରିନି । କେହି ଦୁର୍ବୃତ୍ତ ହତ୍ୟା କରି ଏଠି ଫିଙ୍ଗିଥିବାର ଅନୁମାନ କରାଯାଉଛି । ସାରଙ୍ଗଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଶବଟି ଦୁର୍ଗନ୍ଧ ହେଉଥିବାରୁ ଏହା ବହୁ ଦିନର ହେବ ବୋଲି ଅନୁମାନ କରାଯାଉଛି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021