ଟ୍ରେନ୍ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମିଳିନି ପରିଚୟ

Published By : Prameya-News7 Bureau | October 30, 2021 IST

ଚଣ୍ଡିଖୋଲ ୩୦।୧୦: ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁରଠାରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ପଡିଛି । ଶନିବାର ସକାଳୁ ସ୍ଥାନୀୟ ଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

{"id":535518,"width":755,"height":415,"sizeSlug":"full","linkDestination":"none"}

ଘଟଣାସ୍ଥଳରେ ଆରପିଏଫ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକ ଜଣଙ୍କ ରେଳ ଧାରଣାକୁ କିପରି ଆସିଲେ, ଟ୍ରେନରେ କଟି ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି । ଏହି ସପ୍ତାହ ମଧ୍ୟରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ ଏହିଭଳି ଏକ ଯୁବକଙ୍କ ମୃତଦେହ ରେଳ ଧାରଣା ପଡିଥିବାବେଳେ ଆଜି ଆଉ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.