ନଦୀ ବ୍ରିଜ୍ ନିକଟରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର
23/11/2020 at 6:15 PM

ବଲାଙ୍ଗୀର ୨୩।୧୧: ବଲାଙ୍ଗୀର ଲାଠୋର ଥାନା ଲାନ୍ଥ ନଦୀ ବ୍ରିଜ୍ ନିକଟରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ବୃଦ୍ଧ ଜଣଙ୍କ କିଛିଦିନ ତଳୁ ଏକ ଛୋଟିଆ ଝାଟିମାଟି କୁଡିଆରେ ରହି ଭିକ୍ଷା କରି ଚଳୁଥିଲେ । ଲାଠୋର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ବୃଦ୍ଧ ଜଣଙ୍କ ନଦୀକୂଳରେ ପୂଜା ପାଠ କରୁଥିବାରୁ ବାବା ନା’ରେ ବୃଦ୍ଧଙ୍କୁ ଡାକୁଥିବା ସୂଚନା ମିଳିଛି ।
ହେଲା ବୃଦ୍ଧ ଜଣଙ୍କ କିଏ ? କେଉଁଠି ତାଙ୍କ ଘର ? କାହିଁକି ଏଭଳି ଅସହାୟ ଅବସ୍ଥାରେ ନଦୀକୂଳରେ ଶୀତ କାକରରେ ପଡି ରହିଥିଲେ ? ବୃଦ୍ଧ ଜଣଙ୍କର କିଏ ସଂପର୍କୀୟ ଅଛନ୍ତି କି ନାହିଁ ? ତାଙ୍କର ଏଭଳି ଅସହାୟତା ପଛରେ କ’ଣ ରହିଛି କାରଣ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ନେଇ ଅଧିକ ସୂଚନା ମିଳିପାରିବ ବୋଲି ଲାଠୋର ପୋଲିସ କହିଛି ।
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021